fbpx

ଖୁଚୁରା ମୁଦ୍ରାସ୍ଫୀତି: ଭାରତର ଖୁଚୁରା ମହଙ୍ଗା ଦରରେ ସାମାନ୍ୟ ହ୍ରାସ, ତଥାପି ଆରବିଆଇ ନିର୍ଦ୍ଧାରିତ ପରିସରଠାରୁ ଉପରେ

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଭାରତର ଖୁଚୁରା ମହଙ୍ଗା ଦର ସାମାନ୍ୟ ହ୍ରାସ ପାଇ ୬.୪୪ରେ ରହିଛି। ଏହା ପୁର୍ବରୁ ଜାନୁଆରୀ ମାସରେ ଖୁଚୁରା ମହଙ୍ଗା ଦର ତିନି ମାସର ଉଚ୍ଚତମ ସ୍ଥର ୬.୫୨ରେ ଥିଲା। ତେବେ ଲଗାତାର ଦ୍ୱିତୀୟ ମାସ ପାଇଁ ମହଙ୍ଗା ଦର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ତର ଉପରେ ରହିଛି। ସେହିପରି ଡିସେମ୍ବର ମାସରେ ଏହା ୫.୭୨ ଏବଂ ନଭେମ୍ବର ମାସରେ ୫.୮୮ ପ୍ରତିଶତ ଥିଲା।

ଏହି ତଥ୍ୟ ସୋମବାର ସରକାର ପ୍ରକାଶ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ଉପରେ ବିଚାର କରିବା ସମୟରେ ଖୁଚୁରା ମୁଦ୍ରାସ୍ପତି ଉପରେ ବିଚାର କରିଥାଏ। କାରଣ କେନ୍ଦ୍ରୀୟ ବ୍ୟାଙ୍କକୁ ମୁଦ୍ରାସ୍ପତି ହ୍ରାସ କରିବା ସହିତ ଏହାକୁ ୪ ପ୍ରତିଶତ ତଳେ ରଖିବାକୁ ଦାୟିତ୍ୱ ରହିଥାଏ।

ତେବେ ଖାଦ୍ୟ ମୁଦ୍ରାସ୍ଫୀତି ଜାନୁଆରୀରେ ୬ ପ୍ରତିଶତରୁ ଫେବୃଆରୀରେ ୫.୯୫ ପ୍ରତିଶତକୁ ହ୍ରାସ ପାଇଛି । ଖାଦ୍ୟ ମୁଦ୍ରାସ୍ଫୀତିର ଏହି ହ୍ରାସ ହେବାର ମୁଖ୍ୟ କାରଣ ଅଣ୍ଡା, ପନିପରିବା, ଖାଇବା ତେଲ ଏବଂ ମାଂସ ଏବଂ ମାଛ । ଏହି ସମୟରେ ପନିପରିବା ମୁଦ୍ରାସ୍ଫୀତି ମାଇନସ୍ ୧୧.୬୧ ପ୍ରତିଶତ, ଇନ୍ଧନ ମୁଦ୍ରାସ୍ଫୀତି ହାର ୯.୯୦ ପ୍ରତିଶତ, ଗୃହ ଭଡା ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତ, ପୋଷାକ ଏବଂ ଚପଲରେ ମୁଦ୍ରାସ୍ଫୀତି ୮.୭୯ ପ୍ରତିଶତ ଥିଲା । ଏହା ସହିତ ଡାଲି ମୁଦ୍ରାସ୍ଫୀତି ହାର ୪.୦୯ ପ୍ରତିଶତ ରହିଛି ।

Get real time updates directly on you device, subscribe now.