fbpx

ଚଢ଼ା ଦରରେ ଆଳୁ ବିକୁଛନ୍ତି ଖୁଚୁରା ବ୍ୟବସାୟୀ

Advertisement

ଭୁବନେଶ୍ୱର, ୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଚଢ଼ାଦରରେ ବିକ୍ରି ହେଉଛି ଆଳୁ । ଆଳୁ ଦର ବୃଦ୍ଧି ନେଇ ରାଜ୍ୟ ବ୍ୟବସାୟୀ ସଂଘ ସମ୍ଫାଦକଙ୍କ ସୂଚନା ଅନୁଯାୟୀ ଆଳୁ ପାଇକାରୀ ମୂଲ୍ୟ କୁଇଣ୍ଟାଲକୁ ୧୯୫୦ରୁ ୨୨୦୦ଟଙ୍କା ହେଲେ ଖୁଚୁରା ମୂଲ୍ୟ କିଲୋ ପ୍ରତି ୨୩ରୁ ୨୪ଟଙ୍କା ରହିବା କଥା । କିନ୍ତୁ ମାତ୍ର ଦୋକାନୀ କିଲୋ ପ୍ରତି ୩୦ଟଙ୍କା ନେଉଥିବା ସୂଚନା ମିଳିଛି । ଖୁଚୁରା ବ୍ୟବସାୟୀଙ୍କ ଉପରେ ଆମର କୌଣସି କର୍ତ୍ତୃତ୍ୱ ନାହିଁ ବୋଲି ସେ କହିଛନ୍ତି । ଏହାସହ କାର୍ଯ୍ୟାନୁଷ୍ଠାନ ନେବା ଅଧିକାର ଆମ ପାଖରେ ନାହିଁ । ଏହାର ତଦାରଖ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ପ୍ରଶାସନ ନେବା ଉଚିତ ବୋଲି ସଂଘ କହିଛି ।

Get real time updates directly on you device, subscribe now.