fbpx

ସଟଡାଉନ୍: ଜାଣନ୍ତୁ କାହା ପାଇଁ କେଉଁ ପାସ୍?

Advertisement

ଭୁବନେଶ୍ୱର,୫ ।୬(ଓଡିଶା ଭାସ୍କର): କରୋନାର ମୁକାବିଲା କରିବା ସାରା ଦେଶରେ ଅନଲକ୍-୧ ଲାଗୁ ହୋଇଛି । ଏହାରି ମଧ୍ୟରେ କରୋନାକୁ ଏଡାଇବା ପାଇଁ ରାଜ୍ୟରେ ୨ ଦିନିଆ ସଟଡାଉନ୍ ଘୋଷଣା କରିଛନ୍ତି ସରକାର । ସପ୍ତାହରେ ଶନିବାର ଓ ରବିବାର ଦିନ ସଟଡାଉନ୍ ରଖିବାକୁ କୁହାଯାଇଥିବା ବେଳେ ଯାତ୍ରୀଙ୍କ ପାଇଁ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । କେବଳ ଅତି ଜରୁରୀ ଥିଲେ ହିଁ ଯାତ୍ରା କରିବାକୁ ଅନୁମତି ମିଳିବ । ତେବେ ଆସନ୍ତୁ ଜାଣିବା କାହା ପାଇଁ କେଉଁ ପାସ୍ ଜରୁରୀ..

-ହସ୍ପିଟାଲ ଓ ନର୍ସିଂହୋମ୍ କର୍ମଚାରୀଙ୍କ ପାଇଁ ଆଇଡି କାର୍ଡ ଜରୁରୀ ।

-ଔଷଧ ଦୋକାନୀ ପାଇଁ ପୁରୁଣା ପୋଲିସ୍ ପାସ୍, ଟ୍ରେଡ୍ ଲାଇସେନ୍ସ ଜରୁରୀ ।

-କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆଇଡି କାର୍ଡ ଜରୁରୀ ।

-ଟେଲିକମ୍ କର୍ମଚାରୀଙ୍କ ପାଇଁ ଆଇଡି କାର୍ଡ ଜରୁରୀ ।

-ଗଣମାଧ୍ୟମ କର୍ମଚାରୀଙ୍କ ଯାତାୟତ ପାଇଁ ଆଇଡି କାର୍ଡ ଜରୁରୀ ।

Get real time updates directly on you device, subscribe now.