fbpx

ଭାରତ ବିରୋଧୀ ଗ୍ୟାଙ୍ଗରେ ସାମିଲ ଅବସରପ୍ରାପ୍ତ ବିଚାରପତି: ଆଇନ ମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ: ଭାରତ ବିରୋଧୀ ଗ୍ୟାଙ୍ଗରେ ସାମିଲ ଅବସରପ୍ରାପ୍ତ ବିଚାରପତି। ଏଭଳି ସାଙ୍ଘାତିକ ଅଭିଯୋଗ ବିଚାରପତିମାନଙ୍କ ଉପରେ ଲଗାଇଛନ୍ତି। ଅବସରପ୍ରାପ୍ତ ବିଚାରପତିଙ୍କୁ ତାଙ୍କ ବିବୃତ୍ତିରେ ଅଭିହିତ କରି ସେ କହିଛନ୍ତି ଯେ ଦେଶର କେତେକ ଅବସରପ୍ରାପ୍ତ ବିଚାରପତି ଭାରତ ବିରୋଧୀ ଗ୍ୟାଙ୍ଗରେ ଜଡିତ ଅଛନ୍ତି।

ଏପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନେ ଆଦୌ ରକ୍ଷା ପାଇବେ ନାହିଁ ବୋଲି ସେ କହିଛହଁନ୍ତି। ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୩ ରେ ଆଇନ ମନ୍ତ୍ରୀ ଯୋଗ ଦେଇ ଆଇନ ମନ୍ତ୍ରୀ ଏହା କହିଛନ୍ତି। ଏହା ସହିତ ରିଜିଜୁ କହିଛନ୍ତି, “ସମାନ ଇକୋସିଷ୍ଟମ ଭାରତ ଭିତରେ ଏବଂ ବାହାରେ କାମ କରୁଛି। ଆମେ ଚାହୁଁ ଏହି ‘ଟୁକଡେ ଟୁକଡେ ଗ୍ୟାଙ୍ଗ’ ଆମର ହେଉ। ତେବେ ଭାରତର ଅଖଣ୍ଡତା ଏବଂ ଆମର ସାର୍ବଭୌମତ୍ୱକୁ ନଷ୍ଟ କରିବାକୁ ଅନୁମତି ଦେବ ନାହିଁ” ବୋଲି ସେ କହିଛନ୍ତି।

ରିଜିଜୁ କହିଛନ୍ତି, “ଅବସରପ୍ରାପ୍ତ ବିଚାରପତିଙ୍କ ମଧ୍ୟରେ – ବୋଧହୁଏ ତିନି କିମ୍ବା ଚାରିଜଣ ବିଚାରପତି ଏବଂ କିଛି କାର୍ଯ୍ୟକର୍ତ୍ତା ଅଛନ୍ତି, ଯେଉଁମାନେ ଭାରତ ବିରୋଧୀ ଗ୍ୟାଙ୍ଗର ଅଂଶ ଅଟନ୍ତି। ଏହି ଲୋକମାନେ ଚାହୁଁଛନ୍ତି ଯେ ନ୍ୟାୟପାଳିକା ବିରୋଧୀ ଦଳର ଭୂମିକା ଗ୍ରହଣ କରନ୍ତୁ, ଯାହା ସମ୍ଭବ ନୁହେଁ। ସେହିପରି କିଛି ଲୋକମାନେ ଯାଇ କୋର୍ଟରେ କହୁଛନ୍ତି ଯେ, ସରକାରଙ୍କ ଉପରେ କୋର୍ଟ ପ୍ରତିବନ୍ଧକ ଲଗାନ୍ତୁ, ସରକାରଙ୍କ ନିୟମ ପରିବର୍ତନ କରନ୍ତୁ।

କିନ୍ତୁ ଭାରତରେ ନ୍ୟାୟପାଳିକା ନିରପେକ୍ଷ। “ବିଚାରପତିମାନେ କୌଣସି ଗୋଷ୍ଠୀର ଅଂଶ ନୁହଁନ୍ତି କିମ୍ବା କୌଣସି ଗୋଷ୍ଠୀ ସହ ସେମାନଙ୍କର କୌଣସି ରାଜନୈତିକ ସମ୍ପର୍କ ନାହିଁ। ଏହି ଲୋକମାନେ କିପରି ଖୋଲାଖୋଲି ଭାବରେ କହିପାରିବେ ଯେ ଭାରତୀୟ ନ୍ୟାୟପାଳିକା ସରକାରଙ୍କ ସହ ମୁହାଁମୁହିଁ ହେବା ଉଚିତ୍। ଏହା କି ପ୍ରକାର ପ୍ରଚାର। ”ଏଭଳି ଉପାଦାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି ବୋଲି ପଚରାଯିବାରୁ ସେ କହିଛନ୍ତି,“ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କେହି ଖସିଯିବାକୁ ସମର୍ଥ ହେବେ ନାହିଁ।

Get real time updates directly on you device, subscribe now.