fbpx

କିଡ୍‌ନୀକୁ କ୍ଷତି ପହଞ୍ଚାଏ ଏହି ଖାଦ୍ୟ, ଜାଣନ୍ତୁ କ’ଣ

ଶରୀରରେ ରହିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ଅଂଗ ଭିତରୁ କିଡ୍‌ନୀ ଅନ୍ୟତମ । କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ଆମକୁ ନିୟମିତ ଉପାଦେୟ ପୋଷକଯୁକ୍ତ ଖାଦ୍ୟ ଖାଇବାକୁ ପଡେ଼ । କିନ୍ତୁ ଏପରି କିଛି ଭିଟାମିନ ଯୁକ୍ତ ଖାଦ୍ୟପଦାର୍ଥ ରହିଛି ଯାହାକୁ ଅଧିକ ଖାଇବା କାରଣରୁ ଆମ କିଡ୍‌ନୀ ରୋଗଗ୍ରସ୍ତ ହୋଇପାରେ ।

ଶରୀରରେ ଆବଶ୍ୟକଠାରୁ ଅଧିକ ପରିମାଣର ସୋଡ଼ିୟମ, ଫସଫରସ୍‌, ପ୍ରୋଟିନ୍‌ ଓ ପଟାସିୟମ୍‌ ମହଜୁଦ ରହିବା କାରଣରୁ ଆମ୍‌ କିଡ୍‌ନୀ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଆମକୁ ସତର୍କତାର ସହିତ ଉପରୋକ୍ତ ପୋଷକ ବ୍ୟବହାର କରିବାକୁ ପଡ଼ିବ ।

ସୋଡିୟମ ଆମ ଶରୀରରେ ପାଣି ଓ ଖଣିଜସାର ନିୟନ୍ତ୍ରଣ କରିଥାଏ । ରାସାୟନିକ ପଦ୍ଧତିରେ ପ୍ରସ୍ତୁତ ପ୍ୟାକିଂଯୁକ୍ତ ଖାଦ୍ୟପଦାର୍ଥରେ ଫସଫରସ୍‌ ମାତ୍ରା ଅଧିକ ଥାଏ । ତେଣୁ ଅଧିକ ପରିମାଣର ପ୍ୟାକିଂ ଖାଦ୍ୟ ସେବନ କରିବା ଅନୁଚିତ । ରକ୍ତରେ ଅଧିକ ମାତ୍ରାର ପ୍ରୋଟିନ୍‌ କାରଣରୁ କିଡ୍‌ନୀ କ୍ଷତିଗ୍ରସ୍ତ ହୋଇଥାଏ । ପୋଟାସିୟମ ଆମ କୋଷିକାରେ ଫ୍ଲୁଇଡ୍‌ ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଅଧିକ ପରିମାଣର ଫ୍ଲୁଇଡ୍‌ କିଡ୍‌ନୀକୁ କ୍ଷତି କରିଦିଏ ।

 

Get real time updates directly on you device, subscribe now.