fbpx

ମଣିଷ ନା ମେଶିନ୍! ମାତ୍ର ୧୫ ସେକେଣ୍ଡରେ ୩ଟି ଟିକେଟ୍ କାଟିଲେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆପଣ କେବେ ଲୋକାଲ ଟ୍ରେନରେ ଯାତ୍ରା କରିଛନ୍ତି କି? ଟ୍ରେନ ଟିକେଟ କାଟିବା ପାଇଁ ଧାଡ଼ିରେ କେତେ ସମୟ ପାଇଁ ଛିଡ଼ା ହେବାକୁ ପଡ଼େ ଆପଣ ଭଲ ଭାବରେ ଜାଣିଥିବେ । ନିକଟରେ ଜଣେ ଅବସରପ୍ରାପ୍ତ ରେଲୱେ କମର୍ଚାରୀଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜଣେ ବୃଦ୍ଧ ବ୍ୟକ୍ତି ମାତ୍ର ୧୫ ସେକେଣ୍ଡରେ ମେଶିନ୍ ପରି ୩ଟି ଟ୍ରେନ୍ ଟିକେଟ କାଟିଥିବା ଉକ୍ତ ଭିଡିଓରେ ଦେଖାଯାଇଥିଲା ।

ଉକ୍ତ ଭିଡିଓଟିକୁ ଏବେ ସୋସିଆଲ ମିଡ଼ିଆରେ ବହୁତ ଲାଇକ୍ସ ମିଳିଛି । ଅନେକ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇ ତାଙ୍କୁ ବାଃ ବାଃ କହୁଛନ୍ତି । ରେଳ ଟିକେଟ ପ୍ରିଣ୍ଟିଂ ଉପରେ କର୍ମଚାରୀଙ୍କ କଳା ନିପୁଣତାକୁ ୟୁଜର୍ସ ପ୍ରଶଂସା କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ଟିକେଟ କାଟିବା କ୍ଷେତ୍ରରେ ବହୁତ ଫାଷ୍ଟ ଅଛନ୍ତି ବୋଲି ମୁମ୍ବାଇ ରେଲୱେ ୟୁଜର୍ସଙ୍କ ପକ୍ଷରୁ କମେଣ୍ଟ କରାଯାଇଛି ।

‘ଫାଷ୍ଟ ଫିଙ୍ଗର, ଫାଷ୍ଟ କ୍ଲାସ’ ବୋଲି କମେଣ୍ଟରେ ଲେଖିଛନ୍ତି ସନ୍ତୋଷ ଆର ସେଠି ନାମକ ଜଣେ ୟୁଜର । ଆପଣମାନେ ଯେତେବେଳେ କ୍ରମାଗତ ଭାବେ ଦିନ ପରେ ଦିନ, ଘଣ୍ଟା ପରେ ଘଣ୍ଟା, ସପ୍ତାହ ପରେ ସପ୍ତାହ ଧରି ଜୀବନରେ କିଛି କରିବା ପାଇଁ ପ୍ରୟାସ ଜାରି ରଖିବେ, ସେତେବେଳେଳ ଫଳାଫଳ ନିଶ୍ଚିତ ଭାବେ ସମସ୍ତଙ୍କୁ ଚମକାଇ ଦେବ । ଖୁସି ଓ କଷ୍ଟ ଉଭୟ ଝଲକ ଏହି ବ୍ୟକ୍ତିଙ୍କ ମୁଖମଣ୍ଡଳରୁ ବାରି ହୋଇ ପଡ଼ୁଛି ।

Get real time updates directly on you device, subscribe now.