fbpx

ପିମ୍ପୁଡିଙ୍କ ଗହଣା ଲୋଭ: ଦଳ ବାନ୍ଧି ଚୋରେଇ ନେଲେ ସୁନାର ଚେନ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ଜୀବଜନ୍ତୁ ନିଜର ସ୍ୱତନ୍ତ୍ର କୌଶଳ ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେହି କୌଶଳକୁ ନେଇ ସେମାନେ ଜୀବନଯାପନ କରିଥାନ୍ତି । େତେବେ ସବୁ ଜୀବଜନ୍ତୁ ଭିତରୁ ପିମ୍ପୁଡ଼ି ନିଜର ପରିଶ୍ରମ ଗୁଣ ପାଇଁ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥାନ୍ତି । ସଂଘବଦ୍ଧ ହେଲେ କୌଣସି ଭାରୀ ବସ୍ତୁକୁ ଉଠାଇବାର କ୍ଷମତା ରଖିଥାନ୍ତି ପିମ୍ପୁଡ଼ି । ଏହି ପରିଶ୍ରମୀ ପିମ୍ପୁଡ଼ି ମାନଙ୍କର ନୂଆ ଟାଲେଣ୍ଟ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ପିମ୍ପୁଡ଼ିମାନଙ୍କର ଏକ ମଜାଦାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓରେ ପିମ୍ପୁଡ଼ିମାନଙ୍କର ଏକ ଅପରାଧିକ ଗତିବିଧିକୁ କଏଦ କରାଯାଇଛି । ସାଧାରଣତଃ ପିମ୍ପୁଡ଼ିମାନେ ମିଠା ଜିନିଷ ବୋହି ନେଇ ଯାଉଥିବାର ଦୃଶ୍ୟ ଆମେ ଦେଖିଥାଉ । କିନ୍ତୁ ଏହି ପିମ୍ପୁଡ଼ି ଖାଦ୍ୟ ପଦାର୍ଥକୁ ଛାଡ଼ି ଏକ ସୁନା ଚେନ ଲୋଭରେ ପଡ଼ି ଯାଇଛନ୍ତି । ପିମ୍ପୁଡ଼ି ଦଳ ଏକ ସୁନା ଚେନ ଟାଣି ଟାଣି ନେଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ପିମ୍ପୁଡ଼ିମାନଙ୍କର ଗୋଟିଏ ଦଳ ଏକାଠୀ ହୋଇ କରୁଥିବା ପରିଶ୍ରମ ଦେଖିବାକୁ ମିଳିଛି । ପିମ୍ପୁଡ଼ିମାନଙ୍କର ସୁନା ସହିତ କିଛି ସମ୍ପର୍କ ନଥାଏ, କିନ୍ତୁ ସୁନା ଚେନକୁ ଟାଣି ଟାଣି ନେଉଥିବାର କାରଣ ଲୋଭ ବୋଲି ଭିଡିଓରେ ଅନେକ କମେଣ୍ଟ କରିଛନ୍ତି । ଆକାରରେ ଏତେ ଛୋଟ ହୋଇ ମଧ୍ୟ ସୁନା ଚେନକୁ ଉଠାଇ ନେବାର ଚେଷ୍ଟା କରିଛନ୍ତି ଏହି ପିମ୍ପୁଡ଼ି । ଏହି ଭିଡିଓର କ୍ୟାପସନରେ ଲେଖା ଯାଇଛି ‘ଟିନି ଗୋଲ୍ଡ ସ୍ମଗଲର୍ସ’ । ସେହିପରି କ୍ୟାପସନରେ ପିମ୍ପୁଡ଼ି ମାନଙ୍କୁ ଆଇପିସିର କେଉଁ ଧାରା ଲଗାଯିବ ବୋଲି ମଜାଳିଆ ଢଙ୍ଗରେ ପ୍ରଶ୍ନ କରାଯାଇଛି । ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରିବା ସହ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ କରୁଛନ୍ତି । ତେବେ ଏହି ଭିଡିଓରେ ପିମ୍ପୁଡ଼ିମାନେ ଟିମ ୱାର୍କ ଦ୍ୱାରା କିଛି ବି କରି ପାରିବେ ବୋଲି ପ୍ରମାଣ କରି ଦେଖାଇଛନ୍ତି ।

Get real time updates directly on you device, subscribe now.