fbpx

ମହାରାଷ୍ଟ୍ରରେ ଉଦ୍ଧବଙ୍କୁ ଶକ୍ତ ଝଟକା: ଆସନ୍ତାକାଲି ହେବ ଫ୍ଲୋର ଟେଷ୍ଟ, ଶକ୍ତିର ପ୍ରମାଣ ଦେବ BJP

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସଭିଙ୍କ ନଜର ରହିଛି । ବିଜେପି ନେତା ଦେବେନ୍ଦ୍ର ଫଡନବିସ ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି କରିଥିଲେ । ତେବେ ଶିବସେନା ପକ୍ଷରୁ ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟରେ ୟାଚିକା ଦାୟର କରାଯାଇଥିଲା । ଦୁଇ ପକ୍ଷଙ୍କ ଦଲିଲ ଶୁଣିବା ପରେ ଆଜି ରାତି ୯ଟାରେ ଏନେଇ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମୟ ଧାର୍ଯ୍ୟ କରିଥିଲେ ।

ତେବେ ମହାରାଷ୍ଟ୍ରରେ ଆସନ୍ତାକାଲି ହେବ ଫ୍ଲୋର ଟେଷ୍ଟ । ଫ୍ଲୋର ଟେଷ୍ଟ ନେଇ ରହିତାଦେଶ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ବହୁମତର ପ୍ରମାଣ କରିବା ପାଇଁ ଉଦ୍ଧବ ସରକାରଙ୍କୁ କହିଛନ୍ତି ରାଜ୍ୟପାଳ । ରାଜ୍ୟପାଳ ସରକାରଙ୍କୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ବହୁମତ ହରାଇଛନ୍ତି ବୋଲି ୭ ନିର୍ଦଳୀୟ ବିଧାୟକ ମୋତେ ପତ୍ରଲେଖି ଜଣାଇଛନ୍ତି । ଆସନ୍ତାକାଲି ବିଧାୟକଙ୍କୁ ଫ୍ଲୋର ଟେଷ୍ଟ ପାଇଁ ଡକାଯାଉ । ଏଥିପାଇଁ ବିଧାନସଭା ଭିତରେ ଓ ବାହାରେ ସୁରକ୍ଷା ହେବା ଜରୁରୀ । ଏଥିସହିତର ସଦନର କାର୍ଯ୍ୟର ସିଧା ପ୍ରସାରଣ କରାଯାଉ ।

ଅପରପକ୍ଷେ ଏକନାଥ ଶିନ୍ଦେ ବିଦ୍ରୋହ ବିଧାୟକଙ୍କୁ ନେଇ କାମାକ୍ଷା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଆସନ୍ତାକାଲି ଫ୍ଲୋର ଟେଷ୍ଟ ପାଇଁ ସେ ମୁମ୍ବାଇ ଗସ୍ତ କରିବେ । ମହାରାଷ୍ଟ୍ରର ଶାନ୍ତି ଓ ଖୁସି ପାଇଁ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଆସିଥିଲି ବୋଲି ଗଣମାଧ୍ୟମକୁ ଶିନ୍ଦେ କହିଥିଲେ ।

Get real time updates directly on you device, subscribe now.