fbpx

ରୋଷେଇରେ ଛଣା ତେଲ ବ୍ୟବହାର କରୁଛନ୍ତି ? ତେବେ ସାବଧାନ୍

ସାଧାରଣତଃ ଘରମାନଙ୍କରେ ଛଣାଛଣି ପରେ ତେଲ ବଳିଯାଇଥାଏ । ପରିବାର ଲୋକେ ଏହି ତେଲକୁ ପାତ୍ରରେ ରଖିଦିଅନ୍ତି ଓ ପରେ କିଛି ତରକାରୀରେ ବ୍ୟବହାର କରନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଥରେ ବ୍ୟବହୃତ ହୋଇଥିବା ତେଲକୁ ପୁଣିଥରେ ବ୍ୟବହାର କରିବା ଆମ ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ? ତେବେ ଆସନ୍ତୁ ଜାଣିବା..

–  ବାରମ୍ବାର ବ୍ୟବହାର ହେଉଥିବା ତେଲ ଆମ ଶରୀରରେ କେତେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । ଏହି ତେଲ ଦ୍ୱାରା ପ୍ରସ୍ତୁତ ତରକାରୀ ଖାଇଲେ କୋଲେଷ୍ଟ୍ରଲ୍ର ସ୍ତର ମଧ୍ୟ ବୃଦ୍ଧି ପାଇଥାଏ । ଖାଲି ସେତିକି ନୁହେଁ, ହୃଦୟ ଜନିତ ରୋଗ ହେବାର ମଧ୍ୟ ଆଶଙ୍କା ଥାଏ ।

–  ତେଲକୁ ଲଗାତାର ଗରମ କରିଲେ ସେଥିରେ ଧୀରେଧୀରେ ଫ୍ରି ରେଡିକଲ୍ ସର ତିଆରି ହୋଇଥାଏ । ଏହା ଫଳରେ ସେହି ତେଲରେ ଆଣ୍ଟି ଆକ୍ସିଡେ଼ଣ୍ଟ୍ର ମାତ୍ରା ସରିଯାଇଥାଏ ଓ ସେହି ତେଲରେ କର୍କଟରୁ କୀଟାଣୁ ଜନ୍ମ ନେଇଥା’ନ୍ତି ।

Get real time updates directly on you device, subscribe now.