fbpx
BJD
BJD SKY
BJD SKY

ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ହାଇକମାଣ୍ଡ ମାରିଲେ ମୋହର

BJD

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ସରିଛି । ଏବେ କେଉଁ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ତା’ ଉପରେ ସାରା ଦେଶବାସୀଙ୍କ ନଜର । ତେବେ ନିର୍ବାଚନରେ ବିଜୟ ଲାଭ କରିଥିବା ଦଳମାନେ କେଉଁ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କରିବେ ସେନେଇ ଅଙ୍କ କଷୁଛନ୍ତି । ତେବେ ଏହା ମଧ୍ୟରେ ତେଲେଙ୍ଗାନାରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହାଇକମାଣ୍ଡ ମୋହର ମାରିଛନ୍ତି ।

ସୂଚନା ମୁତାବକ, ଟାଣୁଆ ତଥା ଯୁବ ଚେହେରା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ । ଏନେଇ କଂଗ୍ରେସ ହାଇକମାଣ୍ଡ ମୋହର ମାରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ରାଜ୍ୟରେ କେ. ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ତାଙ୍କର ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏହି ନିର୍ବାଚନରେ ଶୋଚନୀୟ ଭାବେ ଧରାଶାୟୀ ହୋଇଥିଲା । ରାଜ୍ୟରେ କଂଗ୍ରେସର ବଡ଼ ସଫଳତା ପ୍ରଦର୍ଶନ ପରେ ରେବନ୍ତଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା ।

୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଗତ ମାସ ୩୦ ତାରିଖରେ ମତଦାନ ହୋଇଥିଲା । ଏହାପରେ ଗତ ୩ ତାରିଖରେ ଫଳାଫଳ ଘୋଷଣା କରାଯାଇଥିଲା । ଭୋଟ ଗଣତି ସମୟରେ କଂଗ୍ରେସ-ବିଆରଏସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । କଂଗ୍ରେସ ୬୪ଟି ଆସନରେ ଜିତି ବହୁମତ ହାସଲ କରିଥିବା ବେଳେ ବିଆରଏସ ୩୯ଟିରେ ଓ ବିଜେପି ୮ଟି ଆସନରେ ଜିତିଥିଲା । ଗତ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୧ଟି ଆସନରେ ଜିତିଥିବା ବେଳେ ଏଥର ଦଳର ଭୋଟ ହାର ଯଥେଷ୍ଟ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।

Get real time updates directly on you device, subscribe now.