fbpx

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସୁରକ୍ଷା ନେଇ ସମୀକ୍ଷା; ଚୂଡ଼ାନ୍ତ ହେଲା କାର୍ଯ୍ୟସୂଚୀ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସୁରକ୍ଷା ନେଇ ସମୀକ୍ଷା । ପୋଲିସ କମିଶନର, ଡିସିପି ଓ ମନ୍ଦିର ପ୍ରଶାସକଙ୍କୁ ନେଇ ବୈଠକ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବୈଠକରେ ବିସ୍ତୃତ ଆଲୋଚନା । ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥା ନେଇ ଚୂଡ଼ାନ୍ତ ହେଲା କାର୍ଯ୍ୟସୂଚୀ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ପୂର୍ବରୁ ହୋଇଛି ନିଷ୍ପତ୍ତି ।

ପୂର୍ବରୁ ଜାଗର ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯିବା ସହ ପରିମଳ, ଆଲୋକ ବ୍ୟବସ୍ଥା, ଟ୍ରାଫିକ୍‍ ନିୟନ୍ତ୍ରଣ, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନ ଶୃଙ୍ଖଳା ଆଦି ବିଷୟ‌ରେ ବିସ୍ତୃତ ଆଲୋଚନା ହୋଇଛି । ସମୟରେ ମହାଦୀପ ଉଠିବା, ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହେବ, ରାସ୍ତା ମରାମତି ଓ ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ବ୍ୟବସ୍ଥା ଯାତ୍ରାର ପୂର୍ବ ଓ ପରଦିନ ଯଥେଷ୍ଟ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିବା ନେଇ ବୈଠକରେ ଆଲୋଚନା ହୋଇଛି।

ସେହିପରି ପୂର୍ବରୁ ମଧ୍ୟ ଏଏସ୍‌ଆଇ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନ ପରିଷ୍କାର କରାଯିବା ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ ବାନ୍ଧିବାକୁ କୁହାଯାଇଥିଲା। ମନ୍ଦିର ଗର୍ଭଗୃହକୁ ପରିଷ୍କାର କରିବା ସହ ମନ୍ଦିରରେ ଲାଗିଥିବା ପିତ୍ତଳ କବାଟଗୁଡ଼ିକ ଏଏସ୍ଆଇ ସଫା କରିବ। ବିଏମ୍‍ସି ହସ୍ପିଟାଲରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ବିଏମ୍‍ସି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ହେବାର ଥିବାରୁ ଏହାକୁ ଲକ୍ଷ୍ୟ ରଖି ଯିବାଆସିବା ସୁବିଧା ନିମନ୍ତେ ଯାତ୍ରା ଦିନ ଓ ପରଦିନ ମୋ’ ବସ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଛି।

Get real time updates directly on you device, subscribe now.