fbpx

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ପୁରୀ, ୧୭ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ମନ୍ଦିର ଖୋଲିବା ପାଇଁ ଦାବି ହେଉଛି । ଏହାରି ମଧ୍ୟରେ ଆଜି ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନବୀନ । ବଡଦାଣ୍ଡର ଚାରିପାଖରେ ସୌନ୍ଦର୍ଯ୍ୟକରଣର ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଉନ୍ନୟନ କମିସନର, ୫-ଟି ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଉପସ୍ଥିତ ରହିଛନ୍ତି ।

ତେବେ ପୁରୀକୁ ଐତିହ୍ୟ ସହର ଭାବେ ଗଢିତୋଳିବାକୁୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.