fbpx
BJD SKY
BJD SKY

୧୨ ବର୍ଷର ରେକର୍ଡ ଭାଙ୍ଗିଲା ଚାଉଳ ମୂଲ୍ୟ: ଭାରତରେ ବ୍ୟାନ ହେବା ପରେ ବଢୁଛି ଦର

BJD

ନୂଆଦିଲ୍ଲୀ: ଗତ କିଛି ଦିନରୁ ଖୁବ ବୃଦ୍ଧି ପାଇବାରେ ଲାଗିଛି ଚାଉଳ ମୂଲ୍ୟ । ରିପୋର୍ଟ ଅନୁସାରେ ଚାଉଳ ପ୍ରାୟ ୧୨ ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ଦରରେ ବିକ୍ରି ହେଉଛି । ତେବେ ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ(ଏଫଏଓ) କହିଛନ୍ତି ଯେ, ଏଫଏଓର ମୋଟ ଚାଉଳ ପ୍ରାଇସ ଇଣ୍ଡେକ୍ସ ଜୁଲାଇ ମାସର ତୁଳନାରେ ୨.୮ ପ୍ରତିଶତ ବୃଦ୍ଧି ପାଇ ହାରାହାରି ୧୨୯.୭ ରେ ପହଞ୍ଚିଛି । ଗତବର୍ଷ ତୁଳନାରେ ଏହା ପ୍ରାୟ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ୨୦୧୧ ମସିହା ସେପ୍ଟେମ୍ବର ମାସରୁ ଆଜି ମଧ୍ୟରେ ଏହା ସର୍ବୋଚ୍ଚ ଦରରେ ବିକ୍ରି ହୋଇଛି ।

ତେବେ ଚାଉଳ ମୂଲ୍ୟ ବୃଦ୍ଧିର ଅନେକ ଗୁଡ଼ିଏ କାରଣ ରହିଛି । ଏହାର ଚାହିଦା ବୃଦ୍ଧି ହେଉଥିବା ବେଳେ ନିକଟରେ ଭାରତ ଅଣ ବାସୁମତୀ ଚାଉଳର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଯାହା ଫଳରେ ଗ୍ଲୋବାଲ ମାର୍କେଟରେ ଚାଉଳର ସପ୍ଲାଏ କମ୍ ହୋଇଛି । ତେଣୁ ଏହା ମଧ୍ୟ ମୂଲ୍ୟବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ । ଏହାବ୍ୟତୀତ କିଛି ଚାଉଳ ଉତ୍ପାଦକ ଦେଶରେ ଅନିୟମିତ ମୌସୂମୀ ଯୋଗୁଁ ଅମଳ ମଧ୍ୟ କମ୍ ହେଉଛି । ଏହାଦ୍ୱାରା ଯୋଗାଣ ଉପରେ ହ୍ରାସ ଘଟିଛି । ତେଣୁ ଚାଉଳର ମୂଲ୍ୟ ବୃଦ୍ଧି ପାଉଛି । ବୈଶ୍ୱିକ ସ୍ତରରେ ରପ୍ତାନୀ କ୍ଷେତ୍ରରେ ଭାରତ ପ୍ରାୟ ୪୦ ପ୍ରତିଶତ ଭାଗିଦାରୀ ରଖିଛି । ଗତ ମାସରେ ଘରୋଇ ଦରକୁ କାବୁ କରିବା ପାଇଁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ତେେ ଏହାମଧ୍ୟରେ ଚାଉଳ ଦର ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଛି । ଭାରତ ସରକାର ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାରୁ ଗ୍ଲୋବାଲ ମାର୍କେଟରେ ଖାଦ୍ୟ ମୂଲ୍ୟରେ ଅସ୍ଥିରତା ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି ।

ଚାଉଳର ବର୍ଦ୍ଧିତ ମୂଲ୍ୟ ଅନେକ ଦେଶର ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଇଛି । ରିପୋର୍ଟରୁ ଜଣାଯାଇଛି ଯେ, ଭାରତ, ଥାଇଲାଣ୍ଡ, ଭିଏତନାମା, କମ୍ବୋଡିଆ ଏବଂ ପାକିସ୍ତାନ ଚାଉଳ ପ୍ରମୁଖ ରପ୍ତାନୀକାରୀ ଦେଶ । ତେବେ ଚୀନ, ଫିଲିପାଇନ୍ସ, ବେନିନ, ସେନେଗଲ, ମାଲେସିଆ ଏବଂ ନାଇଜେରିଆ ଇତ୍ୟାଦି ଦେଶ ଚାଉଳ ଆମଦାନୀ କରିଥାନ୍ତି । ୨୦୨୨-୨୩ରେ ଭାରତରୁ ଅଣବାସୁମତୀ ଚାଉଳର ରପ୍ତାନୀ ପ୍ରାୟ ୪.୨ ମିଲିୟନ ଆମେରିକା ଡଲାର ରହିଥିଲା । ତେବେ ଗତବର୍ଷ ଏହା ୨.୬୨ ମିଲିୟନ ଆମେରିକା ଡଲାରରେ ପହଞ୍ଚିଛି । ପ୍ରାୟ ୨୫ ପ୍ରତିଶତ ଅଣବାସୁମତୀ ଚାଉଳ ରପ୍ତାନୀ କରୁଛି ଭାରତ ।

Get real time updates directly on you device, subscribe now.