fbpx
BJD SKY
BJD SKY

ଭାରତର ୬.୪ ଲକ୍ଷ ଗ୍ରାମକୁ ଇଣ୍ଟରନେଟ୍ ସଂଯୋଗ କରିବା ପାଇଁ ୧.୩୯ କୋଟି ଟଙ୍କା ଅନୁମୋଦନ କଲେ କେନ୍ଦ୍ର ସରକାର

BJD

ନୂଆଦିଲ୍ଲୀ: ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ ଦେଶର ୬.୪ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସଂଯୋଗ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ୧ କୋଟି ୩୯ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ୧.୩୯ ଲକ୍ଷ ଗ୍ରାମକୁ ‘ଭାରତନେଟ୍’ ପ୍ରକଳ୍ପ ମାଧ୍ୟମରେ ଇଣ୍ଟରନେଟ୍ ସଂଯୋଗ କରାଯାଇଛି, ବାକି ଗ୍ରାମ ଗୁଡ଼ିକୁ ଆଗାମୀ ଅଢେଇ ବର୍ଷ ମଧ୍ୟରେ ସଂଯୋଗ କରିବାକୁ ଲକ୍ଷ ରଖାଯାଇଛି ।

ଶୁକ୍ରବାର ସନ୍ଧ୍ୟାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତଟେନ୍ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ଯାହା ପରେ ଏଥିପାଇଁ ୧.୩୯ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହି ଯୋଜନା ଅନୁଯାୟୀ ଦେଶର ସମସ୍ତ ଗ୍ରାମକୁ ଅପ୍ଟିକାଲ ଫାଇବର କେବୁଲ୍ ମାଧ୍ୟମରେ ଇଣ୍ଟରନେଟ୍ ସଂଯୋଗ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର ।

ଏଥିପାଇଁ ଭାରତ ବ୍ରଡବ୍ୟାଣ୍ଡ ନେଟ୍‌ବାର୍କ(ବିବିଏନ୍‌ଏଏଏଲ) ନେଟବର୍କ ଯୋଗାଇବ । ଯାହା ବିଏସ୍‌ଏନ୍‌ଏଲ୍‌ର ଏକ ଅଂଶ ଅଟେ । ଏହି ହାଇଟେକ୍ ଇଣ୍ଟରନେଟ୍ ସୁବିଧା ପାଇଁକେନ୍ଦ୍ର ସରକାର ସ୍ଥାନୀୟ ଶିଳ୍ପପତୀ ମାନଙ୍କ ସହିତ ଏହି କାର୍ଯ୍ୟକ୍ରମ ଚଳାଇଛନ୍ତି । ଯାହା ପ୍ରଥମ ପର୍ଯ୍ୟାୟରେ ଦେଶର ୩୮୦୦ ଗ୍ରାମରେ ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଇଥିଲା । ପରେ ଏହି ପାଇଲଟ୍ ପ୍ରୋଜେକ୍ଟର ସଫଳତା ଦେଖି ଏହାକୁ ୬୦,୦୦୦ ଗ୍ରାମକୁ ବୃଦ୍ଧି କରାଯାଇଥିଲା ।

ଏହି ଯୋଜନାର ୫୦ ପ୍ରତିଶତ ଲାଭ ବିବିଏନ୍‌ଏଲ ଏବଂ ବିଏସ୍‌ଏନଏଲ ମଧ୍ୟର ବଗ ହେବ। ସୂତ୍ରରୁ ମିଳିଥିବା ସୂଚନା ଅନୁଧାୟୀ ଦେଶର ୩୭ ଲକ୍ଷ କିଲୋମିଟର ଅଞ୍ଚଳରେ ଅପ୍ଟିକାଲ ଫାଇବର ତାର ମାଧ୍ୟମରେ ଗ୍ରାମ ଗୁଡ଼ିକୁ ସଂଯୋଗ କରାଯାଇଛି । ଗ୍ରାମାଞ୍ଚଳ ଗଡ଼ିକରେ ଏହି ବ୍ରଡବ୍ୟାଣ୍ଡ ସଂଯୋଗହେବା ଦ୍ୱାରା ସେଠାକାର ଲୋକମାନଙ୍କର ଜିଭନଶୈଳୀରେ ପରିବର୍ତ୍ତନ ଆସିବ । ଯାହା ଦ୍ୱାରା ସେମାନେ ବିଶ୍ୱର ଡାକ୍ତର ମାନଙ୍କ ସହିତ ମୋବାଇଲ ମାଧ୍ୟମରେ ଯୋଗାଯୋଗ ଠାରୁ ଆରମ୍ଭକରି ବ୍ୟବସାୟୀମାନେ ବ୍ୟାପାର କରିବା ପାଇ ଁଯୋଉଁମାନେ ୟୁଟ୍ୟୁବ୍ ଆଦୀ ସୋସିଆଲ ମିଡିଆ ବିଷୟରେ ମଧ୍ୟ ଅବଗତ ରହିବେ ।

Get real time updates directly on you device, subscribe now.