fbpx
BSKY
BJD MC SKY
BJD YOUTH SKY

ଆଗାମୀ ନିର୍ବାଚନ ପ୍ରସ୍ତୁତିକୁ ନେଇ ଗୁରୁମନ୍ତ୍ର ପ୍ରଦାନ କଲେ ଶାହ, ଲୋକଙ୍କ ପ୍ରସଙ୍ଗ ନେଇ ଆନ୍ଦୋଳନ ଓ ଲଢେଇ କରିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ

ଭୁବନେଶ୍ୱର:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସେ କର୍ମୀଙ୍କୁ ଆଗାମୀ ନିର୍ବାଚନରେ ପ୍ରସ୍ତୁତିକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ସେ ସମସ୍ତ କର୍ମୀଙ୍କୁ ମନରୁ ଦ୍ୱନ୍ଦ୍ୱ ଦୂର କରି ପ୍ରସ୍ତୁତ ରହିବାକୁ କହିଛନ୍ତି । ଯାହାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେହି ଅନୁଯାୟୀ କାମ କରିବାକୁ ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ପଦକ୍ଷେପ ନେଉଛନ୍ତି । ରାଜ୍ୟ ତାର ଆବଶ୍ୟକତା ଅନୁସାରେ ରଣନୀତି ପ୍ରସ୍ତୁତ କରିବା ଉଚିତ ।

ଶାହ କହିଛନ୍ତି ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବା ଉଚିତ । ଲୋକଙ୍କ ପ୍ରସଙ୍ଗ ନେଇ ଆନ୍ଦୋଳନ ଓ ଲଢେଇ କରିବାକୁ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ଶାହ କହିଛନ୍ତି ଯଦି ଜନତା ଚାହିଁବେ ତେବେ ଆମ ପାଇଁ ସରକାର ଗଢିବା କୌଣସି ସମସ୍ୟା ହେବ ନାହିଁ ।

କେନ୍ଦ୍ରମନ୍ତ୍ରୀ ଶାହ ଶନିବାର କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ୫୩ ଓ ମୋଟେର-ବାନେର ଲଡୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶର ବିକାଶ, ଦେଶର ଭାଗ୍ୟ ରାଜମାର୍ଗ ସହ ଜଡିତ ବୋଲି ସେ କହିଛନ୍ତି । ଓଡିଶାର ବିକାଶ ଲାଗି ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସେ ଓଡିଶା ସରକାରଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.