fbpx
BJD
BJD SKY
BJD SKY

ରୁଷିଆ ରାଷ୍ଟ୍ରପତିଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ, ମୋଟ ସମ୍ପତ୍ତି ମୂଲ୍ୟ ରହିଛି ଏତିକି

BJD

ରୁଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ରୁଷର ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ଙ୍କ ନିର୍ଦେଶ ପରେ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି । ଦୁଇ ଦେଶର ସେନା ପରସ୍ପରକୁ କଡା ଜବାବ୍ ଦେଉଛନ୍ତି । ତେବେ ରୁଷ ସେନା ୟୁକ୍ରେନଠାରୁ ଖୁବ୍ ଅଧିକ ଶକ୍ତିଶାଳୀ ରହିଛି ।

ଭୟାବହ ଯୁଦ୍ଧ ପରିସ୍ଥିତିରେ ଗୋଟିଏ ପଟେ ରୁଷ ଏକା ଛିଡ଼ା ହୋଇଥିବା ବେଳେ ଅନ୍ୟ ପଟେ ଆମେରିକା, ବ୍ରିଟେନ, ନାଟୋ, ୟୁରୋପିଆନ ସଂଘ ରହିଛନ୍ତି  । ଚାରି ଆଡେ ବର୍ତ୍ତମାନ ଛାଇ ହୋଇଯାଇଛି ଗୋଟିଏ ନାଁ ଭ୍ଲାଡିମିର ପୁଟିନ  । ଆଉ ଏଭଳି ଏକ ଯୁଦ୍ଧକାଳୀନ  ଘଡିସନ୍ଧିି ସମୟରେ ପୁଟିନଙ୍କ ଜୀବନଶୈଳୀକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ।

ଭ୍ଲାଦିମିର ପୁଟିନଙ୍କ ପାଖରେ କେତେ ଧନ ଅଛି ତାହାର କୌଣସି ସଠିକ ଆକଳନ ନାହିଁ, କିନ୍ତୁ ବିଶ୍ୱାସ କରାଯାଏ ଯେ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ରାଷ୍ଟ୍ରପତି । ପୁଟିନଙ୍କ ସମ୍ପତ୍ତି ବିଷୟରେ ଅନେକ ଖବର ଯାହାକି କେହି ବି ଜାଣି ନଥିବେ । ଆହୁରି କୁହାଯାଇଛି ପୁଟିନ ସୁନାରେ ତିଆରି ଶୌଚାଳୟ ବ୍ୟବହାର କରନ୍ତି । ପୁଟିନ ୧୭ ବର୍ଷ ଧରି ରୁଷିଆରେ କ୍ଷମତାରେ ରହିଛନ୍ତି । ତାଙ୍କର ଅନେକ ଘର, ବିଳାସପୂର୍ଣ୍ଣ କାର ଏବଂ କୋଟି କୋଟି ପାଉଣ୍ଡ ମୂଲ୍ୟରେ ନିର୍ମିତ ଏକ ଗୁପ୍ତ ମହଲ ସବୁ ରହିଛି । ପୁଟିନଙ୍କୁ ପ୍ରତିବର୍ଷ ୧୦୦,୦୦୦ ପାଉଣ୍ଡ (ପ୍ରାୟ ୧,୦୧,୪୩,୪୪୩ ଟଙ୍କା) ଦରମା ମିଳେ ।

ଅନ୍ୟପଟେ ଦେଖିବାକୁ ଗଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ ଏବଂ ଆମାଜନର ଜେଫ ବେଜୋସଙ୍କୁ ଅତିକ୍ରମ କରି ଭ୍ଲାଡିର୍ମି ପୁଟିନ୍ ମଧ୍ୟ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରନ୍ତି । ରିଷିଆ ସରକାରଙ୍କ ପୂର୍ବତନ ପରାମର୍ଶଦାତା ଷ୍ଟାନିସ୍ଲାଭ ବେଲକୋଭସ୍କି ପୁଟିନଙ୍କ ସମ୍ପତ୍ତିର ମୂଲ୍ୟ ୫୧ ବିଲିୟନ ପାଉଣ୍ଡ ବୋଲି ଆକଳନ କରିଛନ୍ତି । ଆମେରିକୀୟ ହେଜ ଫଣ୍ଡ ମ୍ୟାନେଜର ବିଲ ବ୍ରାଉର୍ଡ ‘ୱାଶିଂଟନ ପୋଷ୍ଟ’କୁ କହିଛନ୍ତି ଯେ ଏହି ସଂଖ୍ୟା ୧୪୭ ବିଲିୟନ ପାଉଣ୍ଡରୁ ଅଧିକ ହୋଇପାରେ ।

Get real time updates directly on you device, subscribe now.