fbpx
BSKY
BJD YOUTH SKY
BJD MS SKY

ୟୁକ୍ରେନ ସଂକଟକୁ ନେଇ ବିଦେଶ ମନ୍ତ୍ରାଳୟର ପ୍ରେସମିଟ୍: କିଛି ସମୟ ମଧ୍ୟରେ ପୁଟିନଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଯାହାର ପ୍ରଭାବ ସମଗ୍ର ଉପରେ ଦେଖିବାକୁ ମିଳିଛି । ଅନେକ ଦେଶ ନିଜ ନିଜ ସ୍ତରରେ ଏହି ଯୁଦ୍ଧକୁ କୁଟନୈତିକ ସ୍ତରରେ ରୋକିବାକୁ ଚେଷ୍ଟା କରୁଛନ୍ତି ।

ଏହାରି ମଧ୍ୟରେ ୟୁକ୍ରେନ ସଂକଟକୁ ନେଇ ପ୍ରେସମିଟ୍ କରିଛି ବିଦେଶ ମନ୍ତ୍ରାଳୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ମଧ୍ୟରେ ପୁଟିନଙ୍କ ସହ କଥା ହେବା ନେଇ ପ୍ରେସମିଟରେ ସୂଚନା ଦେଇଛି ବିଦେଶ ମନ୍ତ୍ରାଳୟ । ଏହା ସହ ୟୁକ୍ରେନରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଗୁରୁତ୍ୱ ଦିଆଯିବା ନେଇ ମନ୍ତ୍ରାୟ ତରଫରୁ କୁହାଯାଇଛି । ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ, ସ୍ଲୋଭାକିଆ ରାସ୍ତା ଦେଇ ଭାରତୀୟଙ୍କୁ ଅଣାଯିବା ନେଇ କହିଛି ମନ୍ତ୍ରାଳୟ ।

ସେପଟେ ରୁଷରେ ମଧ୍ୟ ଦେଖିବାକୁ ମିଳିଛି ବିରୋଧର ମାହୋଲ । ଯୁଦ୍ଧ ବିରୋଧରେ ପ୍ରଦର୍ଶନକାରୀଙ୍କୁ ଋଷର ଚେତାବନୀ । ମସ୍କୋରେ ପ୍ରଦର୍ଶନ ନକରିବାକୁ କହିଛି ଋଷ ।

 

Get real time updates directly on you device, subscribe now.