fbpx

ପ୍ରଥମ ଟି-୨୦ ମ୍ୟାଚରେ କବଜା କଲା ଟିମ ଇଣ୍ଡିଆ: ଇଶାନ କିଶାନ ଏବଂ ଶେୟସ ଅୟରଙ୍କ ଅର୍ଦ୍ଧଶତକ ଆଗରେ ସିଂହଳୀ ଫେଲ

AAKASH

ନୂଆଦିଲ୍ଳୀ: ଭାରତ-ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚକୁ ନିଜ କବଜାରେ କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଓପନର ଇଶାନ କିଶାନ ଏବଂ ଶ୍ରେୟସ ଅୟରଙ୍କ ଦମଦାର ପାଳି ଆଗରେ ହାର ମାନିଛି ସିଂହଳୀ ଦଳର ବୋଲିଙ୍ଗ ଆଟାକ । ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କା । ଯାହାର ଫାଇଦା ଉଠାଇଥିଲେ ରୋହିତ ଏବଂ ଇଶାନ କିଶାନ । ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଙ୍ଗ ଜାରି ରଖିଥିଲେ ଦୁଇ ଓପନର । ଇଶାନ କିଶାନ ମାତ୍ର ୩୦ ବଲରୁ ନିଜ ଅର୍ଦ୍ଧଶତକ ହାସଲ କରିବା ସହିତ ୫୬ ବଲରେ ୮୯ ରନର ଦମଦାର ପାଳି ଖେଳିଥିଲେ । ରୋହିତ ୩୨ ବଲରେ ୪୪ ରନ କରି ପାଭିଲିୟନ ଫେରିଥିବା ବେଳେ ଶ୍ରେୟସ ଅୟର ମଧ୍ୟ ଆରମ୍ଭ କରିଥିଲେ ନିଜର ଦମ ଦେଖାଇବା । ମାତ୍ର ୨୮ ବଲରେ ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟ ସହ ୫୭ ରନ ସଂଗ୍ରହ କରିଥିଲେ ଶ୍ରେୟସ । ତେବେ ଏହି ଦୁଇ ଷ୍ଟାର ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ଫଳରେ ଦଳ ଶ୍ରୀଲଙ୍କାକୁ ୨୦୦ ରନର ବିଶାଳ ଲକ୍ଷ୍ୟ ଦେଇଥିଲା ।

Image

ସେପଟେ ଭାରତୀୟ ବୋଲର ମଧ୍ୟ ଖୁବ ଜୋସରେ ନଜର ଆସିଥିଲେ । ପ୍ରଥମ ବଲରେ ଶ୍ରୀଲଙ୍କାକୁ ପ୍ରଥମ ଝଟକା ଦେଇଥିଲେ ଭୁବନେଶ୍ୱର କୁମାର । ଓପନର ପଥୁମ ନିଶଙ୍କାଙ୍କୁ ବୋଲ୍ଡ କରି ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହାପରେ ଅନ୍ୟ ଓପନର କମିଲ ମିଶାରାଙ୍କୁ ମଧ୍ୟ ବେଶୀ ସମୟ ମଇଦାନରେ ରହିବାକୁ ଦେଇ ନଥିଲେ । ଦଳକୁ ଦୁଇ ଓଭରରେ ଦୁଇଟି ଝଟକା ଦେଇ ମ୍ୟାଚରେ ସୁନ୍ଦର ଷ୍ଟାର୍ଟ ଦେଇଥିଲେ ଭୁବନେଶ୍ୱର । ଏହାପରେ ଶ୍ରୀଲଙ୍କା ତରଫରୁ କେହି ମଇଦାନରେ ବଡ ପାର୍ଟନରସିପ କରିବାକୁ ସମର୍ଥ ହୋଇ ପାରି ନଥିଲେ । ତେବେ ଚରିଥ ଅଶାଲଙ୍କା ୪୭ ବଲରେ ୫୩ ରନ କରି ବିଜୟର ଆଶା ସଞ୍ଚାର କରୁଥିଲେ ମଧ୍ୟ ଫେଲ ମାରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୩୭ ରନ ସଂଗ୍ରହ କରି ପାରିଛି ସିଂହଳୀ ଦଳ । ଏହା ସହ ପ୍ରଥମ ମ୍ୟାଚରେ ୬୨ ରନର ଏକ ବିଶାଳ ବିଜୟ ହାସଲ କରିଛି ମେନ ଇନ ବ୍ଲୁ । ଇଶାନ କିଶାନଙ୍କ ମୂଲ୍ୟବାନ ପାଳି ପାଇଁ ଏହି ବିଜୟକୁ ଇଶାନ-ଦାର ବିଜୟ ବୋଲି କୁହାଯାଉଛି ।

India vs Sri Lanka 2022, 1st T20I Highlights: Ishan Kishan, Shreyas Iyer Fifties Set Up 62-Run Win For India | Cricket News

Get real time updates directly on you device, subscribe now.