fbpx

ଜାତିସଂଘକୁ ମୋଦୀଙ୍କ ସମ୍ବୋଧନ: ସମୁଦ୍ର ପଥରେ ଆତଙ୍କୀ କାର୍ଯ୍ୟକଳାପ କରାଯାଉଥିବାରୁ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଆମ ସମୁଦ୍ରପଥ ହେଉଛି ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଲାଇଫ୍ ଲାଇନ୍ । ଭାରତ ଅନେକ ଦେଶକୁ ସାମୁଦ୍ରିକ ସୁରକ୍ଷା ତାଲିମ ଦେଇଛି । ଯାହା ଆମ ପାଇଁ ଗର୍ବର କଥା । ହେଲେ ସମୁଦ୍ର ପଥର ଅପବ୍ୟବହାର କରାଯାଉଛି । ସମୁଦ୍ର ପଥରେ ଆତଙ୍କୀ କାର୍ଯ୍ୟକଳାପ କରଯାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ମୋଦୀ ।

ତେବେ ପରିଷଦ ମିଟିଂକୁ ଅଧ୍ୟକ୍ଷତା କରିବାରେ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏଥିରେ ସେ ସମୁଦ୍ରରେ ହେଉଥିବା କାର୍ଯ୍ୟକଳାପ ଏବଂ ଆତଙ୍କବାଦ ସମ୍ପର୍କରେ ଅନେକ ତଥ୍ୟ ଦେଇଛନ୍ତି । ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୋଡ଼ି ହୋଇଥିଲେ । ସମୁଦ୍ର ସୁରକ୍ଷା ଉପରେ ନିଜ ଅଭିଭାଷଣରେ ବିସ୍ତାର କରିଥିଲେ । ତେବେ ଏଥିରେ ଆମେରିକୀ ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ୍ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.