fbpx

ବ୍ୟାଟ୍ସମ୍ୟାନ ମାରିଲେ ଛକ୍କା, ଅମ୍ପାୟାର ଦେଲେ ‘ନୋ ବଲ’: କ୍ରୋଧରେ ଅମ୍ପାୟାରଙ୍କ ଉପରେ ଗର୍ଜିଉଠିଲେ ପନ୍ତ, ଦେଖନ୍ତୁ Video

Advertisement

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ଥ ଅଧିକାଂଶ ସମୟରେ ପଡ଼ିଆରେ ନିଜର ଭୂମିକାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଗତକାଲିର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ଦିଲ୍ଲୀ ୪ ୱିକେଟରେ ପରାସ୍ତ କରିଥିଲା । ଦୁଇ ଦୁଇ ଥର ଚାମ୍ପିୟନ ହୋଇଥିବା କେକେଆର ଲଗାତର ୫ ଥର ପାଇଁ ପରାସ୍ତ ହୋଇ ସଙ୍କଟ ମଧ୍ୟରେ ରହିଛି । ତେବେ ଏହି ମ୍ୟାଚରେ ପନ୍ତ ଏକ ନୋ ବଲକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ।

ଦିଲ୍ଲୀର ଲଳିତ ଯାଦବଙ୍କ ୧୭ତମ ଓଭରର ତୃତୀୟ ବଲକୁ କେକେଆରର ବ୍ୟାଟ୍ସମ୍ୟାନ ନୀତିଶ ରାଣା ଡିପ୍ ପଏଣ୍ଟ ଉପରେ ଏକ ଛକା ମାରିଥିଲେ । ମାତ୍ର ଲେଗ୍-ଅମ୍ପାୟାର ଉକ୍ତ ବଲକୁ ନୋ ବଲ୍ ଘୋଷଣା କରିଥିଲେ । ଉକ୍ତ ବଲଟି ନୋ ବଲ ବୋଲି ସ୍ପଷ୍ଟ ଭାବେ ଜଣାପଡ଼ୁଥିଲେ ହେଁ ପନ୍ତ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ଓ ଅମ୍ପାୟାରଙ୍କ ନିକଟକୁ ଯାଇ ଯୁକ୍ତିତର୍କ କରିଥିବା ଦେଖାଦେଇଥିଲା । ପରେ ଅମ୍ପାୟାର ପନ୍ତଙ୍କ ବୁଝାଇବାରେ ସକ୍ଷମ ହୋଇଥିଲେ ।

ତେବେ ଏନେଇ ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାପୂର୍ବରୁ ପନ୍ତ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏକ ନୋ ବଲ ମାମଲାକୁ ନେଇ ଚର୍ଚ୍ଚାରେ ରହିଥିଲେ । ଉକ୍ତ ହରକତ ପାଇଁ ପନ୍ତଙ୍କୁ ପୂରା ମ୍ୟାଚର ଫିସ୍ ହରାଇବାକୁ ପଡ଼ିଥିଲା । ତେଣୁ ପୁଣି ଥରେ ଏକ ବିବାଦରେ ପନ୍ତ ଫସିଥିବାରୁ ତାଙ୍କର ମ୍ୟାଚ ଫିସ୍ କଟ ହୋଇପାରେ ବୋଲି ଆଲୋଚନା ହେଉଛି ।

Get real time updates directly on you device, subscribe now.