fbpx

(Video) ଭରା ଷ୍ଟାଡିୟମରେ ହାତ ଯୋଡ଼ି କ୍ଷମା ମାଗିଲେ ରିଷଭ ପନ୍ତ: ମ୍ୟାଚରେ କରିଥିଲେ ଏମିତି ଭୁଲ!

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରିଛନ୍ତି ଅଧିନାୟକ ରିଷଭ ପନ୍ତ । ମାତ୍ର ୪୩ ବଲରୁ ୫ଟି ଚୌକା ଏବଂ ୮ଟି ଛକା ସହ ୮୮ ରନର ଏକ ଦମଦାର ଇନିଂସ ଖେଳିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ । କିନ୍ତୁ ଏହି ଦଳର ବିଜୟ ପରେ ରିଷଭ ଭରା ଷ୍ଟାଡିୟମରେ କ୍ୟାମେରା ସାମନାରେ କ୍ଷମା ପ୍ରାର୍ଥନା କରିଛନ୍ତି । ମ୍ୟାଚ ବେଳେ କରିଥିବା ଛୋଟ ଭୁଲ ପାଇଁ ଜଣେ ବ୍ୟକ୍ତିଙ୍କୁ କ୍ଷମା ମାଗିଛନ୍ତି ରିଷଭ । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗୁଜୁରାଟ ବିପକ୍ଷରେ ରିଷଭ ପନ୍ତଙ୍କର ଏକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ରିଷଭଙ୍କ ବ୍ୟାଟରୁ ଏକ ହେଲିକପ୍ଟର ଶଟ୍ ମଧ୍ୟ ଦେଖାଯାଇଛି । ତେବେ ଏହି ଛକା ସମସ୍ତଙ୍କ ମନ ଜିତି ନେଇଛି । କିନ୍ତୁ ଏହି ଶଟ୍ ପାଇଁ ରିଷଭଙ୍କୁ ପରେ କ୍ଷମା ମାଗିବାକୁ ପଡ଼ିଛି । ଇନିଂସର ୧୬ତମ ଓଭରର ପ୍ରଥମ ବଲରେ ରିଷଭ ଏହି ଶଟ୍ ଖେଳିଥିଲେ । ତେବେ ରିଷଭଙ୍କ ବ୍ୟାଟରୁ ବଲ ମିଡ ୱିକେଟ ଉପରେ ସିଧା ଯାଇ ବିସିସିଆଇର ଜଣେ କ୍ୟାମେରାମ୍ୟାନଙ୍କ ଦେହରେ ଲାଗିଥିଲା । ଏଥିରେ ଦେବାଶିଷ ନାମକ ଜଣେ କ୍ୟାମେରାମ୍ୟାନ୍ ଆହତ ହୋଇଛନ୍ତି । ତେବେ ରିଷଭଙକ ଅଜାଣତରେ ଦେବାଶିଷ ଆହତ ହୋଇଥିଲେ, ସତ କିନ୍ତୁ ଏଥିପାଇଁ ଦିଲ୍ଲୀ ଅଧିନାୟକ ନିଜ ଦୋଷୀ ବୋଲି ସ୍ୱୀକାର କରିଛନ୍ତି ।

ତେବେ ମ୍ୟାଚ ସରିବା ପରେ ଡିସି ଅଧିନାୟକ ରିଷଭ ପନ୍ତ କୋଚ ରିକି ପଣ୍ଟିଂଙ୍କ ସହ ଥିବା ବେଳେ ଏଥିପାଇଁ କ୍ଷମା ମାଗିଛନ୍ତି । ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓରେ ରିଷଭ କହିଛନ୍ତି ଯେ, “ସରି ଦେବାଶିଷ ଭାଇ… ଆପଣଙ୍କୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା । କିନ୍ତୁ ଆଶା କରିବି ଆପଣ ଯଥାଶୀଘ୍ର ସୁସ୍ଥ ହୋଇଯିବେ । ଗୁଡ୍ ଲକ୍ ।” ରିଷଭ ପନ୍ତଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମ୍ୟାଚ ପରେ ରିଷଭଙ୍କର ଏହି ନିଷ୍ପତ୍ତି ଫ୍ୟାନ୍ସମାନଙ୍କ ହୃଦୟ ଜିତି ନେଇଛି ।

Get real time updates directly on you device, subscribe now.