fbpx

ଆଜିଠାରୁ ରାଜ୍ୟର ସ୍କୁଲ ଗୁଡିକରେ ଗ୍ରୀଷ୍ମଛୁଟି ଆରମ୍ଭ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସ୍କୁଲ ଗୁଡିକରେ ଗ୍ରୀଷ୍ମଛୁଟି ଆରମ୍ଭ ହୋଇଛି । ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ । ବର୍ତ୍ତମାନ ସ୍କୁଲରେ ନାମଲେଖା ଚାଲିଛି । ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଅଫିସ ଖୋଲା ରହିବ ।

ଅନ୍ୟପଟେ ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆକାଶରେ ହେଉଛି ଅଗ୍ନି ବର୍ଷା । ଅଧିକାଂଶ ସହରରେ ପାରଦ ୪୦ ଡିଗ୍ରୀ ଉପରେ । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତମାସ ଶେଷ ପର୍ଯ୍ୟନ୍ତଗ୍ରୀଷ୍ମ ପ୍ରବାହ ଜାରି ରହିବ । ବିଶେଷକରି ଶନିବାର ଏବଂ ରବିବାର ଦିନ ଅତ୍ୟଧିକ ତାତି ଅନୁଭୂତ ହେବ । ଗତକାଲି ରାଜ୍ୟର ୨୪ଟି ସହରର ଦିନର ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ଥିଲା । ଭୁବନେଶ୍ୱର ଏବଂ ନୂଆପଡାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।

Get real time updates directly on you device, subscribe now.