fbpx

ପ୍ରତି ମାସ ସରକାର ଦେବେ ୧୮ ହଜାର ଟଙ୍କା… କେଉଁ ମାନଙ୍କୁ ଓ କାହିଁକି ମିଳିବ ଏହି ଆମାଉଣ୍ଟ? ଜାଣନ୍ତୁ ପ୍ରକୃତ ମାମଲା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଅନେକ ଖବର ପ୍ରସାରିତ ହେଉଛି । ସରକାରଙ୍କ ବିକାଶମୂଳକ ଯୋଜନାରେ ଦେଶର ଅନେକ ଗରିବ ଶ୍ରେଣୀର ଲୋକ ଲାଭବାନ୍ ହେଉଛନ୍ତି । ତେବେ ବର୍ତ୍ତମାନ ସରକାର ଏକ ଏମିତି ଯୋଜନା ଆଣୁଛନ୍ତି, ଯେଉଁଥିରେ ପ୍ରତି ମାସ ସମସ୍ତଙ୍କ ଆକାଉଣ୍ଟକୁ ୧୮,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରଯିବ । ଯାହାକୁ ନେଇ ଜନତା ମଧ୍ୟ ବେଶ୍ ଖୁସି ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଯୋଜନାର ପ୍ରକୃତ ମାମଲା…

ସୂଚନା ଅନୁସାରେ, ୟୁଟ୍ୟୁବ ଚାନେଲ ‘Sarkarikhabar21’ରେ ଏହି ଯୋଜନା ନେଇ ଏକ ଭିଡିଓ ଅପଲୋଡ ହୋଇଛି । ଏହାର ଥମ୍ବନେଲରେ ଦାବି ହୋଇଛି ଯେ, ସରକାରଙ୍କ ତରଫରୁ ଏପ୍ରିଲ ୨୪ ତାରିଖରୁ ସମସ୍ତଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ତେବେ ଏହି ଭିଡିଓ ଖୁବ କମ୍ ସମୟରେ ଭାଇରାଲ ହୋଇଥିଲା । ଅନେକ ଲୋକଙ୍କ ପାକରେ ପହଞ୍ଚିଥିବା ଏହି ଭିଡିଓ ଲୋକମାନଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛି । କିନ୍ତୁ ଭାରତ ସରକାରଙ୍କ ପ୍ରେସ ଏଜେନ୍ସି ପିଆଇବି ଏହି ଭାଇରାଲ ମେସେଜର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରିଛି । ଯାହା ପରେ ଏକ ମିଥ୍ୟା ଗୁଜବ ବୋଲି ଜାଣିବାକୁ ମିଳିଛି ।

ପିଆଇବି ଏହି ମେସେଜର ତଦନ୍ତ କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହସ୍ତଗତ ହୋଇଛି । ଏହା ଏକ ମିଥ୍ୟା ଗୁଜବ ବୋଲି ଗୋଷଣା କରିଛି ପ୍ରେସ ଇନଫରମେସନ ବ୍ୟୁରୋ । ତେବେ ସରକାରଙ୍କ ତରଫରୁ ଏଭଳି କୌଣସି ଘୋଷଣା ହୋଇ ନଥିବା ସ୍ପଷ୍ଟ କରିଛି ପ୍ରେସ ଏଜେନ୍ସି । ଏହାସହିତ ଏଭଳି ଭାଇରାଲ ହେଉଥିବା ମିଥ୍ୟା ଗୁଜବ ଗୁଡ଼ିକରୁ ନିଜକୁ ଦୂରେଇ ରଖିବା ପାଇଁ ଲୋକମାନଙ୍କୁ ଅପିଲ କରାଯାଇଛି । ଏହିସବୁ ମେସେଜ ଆଳରେ ଫସି ଲୋକମାନେ ବିଭିନ୍ନ ସାଇବର କ୍ରାଇମର ଶିକାର ହୋଇପାରନ୍ତି । ସରକାରଙ୍କର ସମସ୍ତ ଯୋଜନା ପାଇଁ ସ୍ୱତନ୍ତ୍ର ପ୍ରେସ ରିଲିଜ ଜାରି କରିଥାନ୍ତି ।

Get real time updates directly on you device, subscribe now.