fbpx

ରାଞ୍ଚିରେ ବାର୍ଡ଼ ଫ୍ଲୁ ମାମଲା, ଫାର୍ମରେ ହଜାର ସଂଖ୍ୟାରେ କୁକୁଡ଼ା ଏବଂ ଅଣ୍ଡା ନଷ୍ଟ, ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି

ରାଞ୍ଚି: ରାଞ୍ଚିରେ ଡରାଇଲାଣି ବାର୍ଡ଼ ଫ୍ଲୁ । ରାଞ୍ଚିର ହୋଟୱାର ଅଞ୍ଚଳ ସ୍ଥିତ ଆଞ୍ଚଳିକ କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ଭୋପାଲ ସ୍ଥିତ ସରକାରୀ ଲାବୋରେଟୋରୀରେ ଏହି ଫାର୍ମର କିଛି କୁକୁଡ଼ାଙ୍କ ନମୁନା ପରୀକ୍ଷା ହେବା ପରେ ଏହି ମାମଲା ସାମ୍ନାକୁ ଆସିଛି । ଏହି ନମୁନାରେ ଏଭିଆନ୍ ଇନଫ୍ଲୁଏନ୍‌ଜା H5N1ର ପୁଷ୍ଟି କରାଯାଇଛି । ଏହି ଭାଇରସ ପକ୍ଷୀଙ୍କ ଠାରେ ଦେଖାଦେଇଥିବା ରୋଗ କାରଣରୁ ହୋଇଥାଏ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ରାଞ୍ଚିର ହୋଟୱାର ଅଞ୍ଚଳ ସ୍ଥିତ ଆଞ୍ଚଳିକ କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ଉକ୍ତ ଅଞ୍ଚଳର ଗୋଟିଏ କିଲୋମିଟର ପରିସର ମଧ୍ୟରେ କୁକୁଡ଼ା ଏବଂ ଅଣ୍ଡାର କିଣା ବିକା ଏବଂ ଟ୍ରାନ୍ସପୋର୍ଟେସନ୍ ଉପରେ ତୁରନ୍ତ ପ୍ରଭାବିରୁ ନିଷେଧାଦେଶ ଜାରି କରାଯାଇଛି । ଏହି ଫାର୍ମର ପ୍ରାୟ ୧୭୪୫ କୁକୁଡ଼ା ଏବଂ ୨୧୯୬ ପକ୍ଷୀଙ୍କ ସହ ୧୬୯୭ ଅଣ୍ଡାକୁ ନଷ୍ଟ କରାଯାଇଛି । ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଞ୍ଚିର ଉପାୟୁକ୍ତ ରାହୁଲ କୁମାର ସିହ୍ନା ଏକ ରାପିଡ୍ ରେସ୍ପନ୍ସ ଟିମ୍ ଗଠକ କରିଛନ୍ତି ଏବଂ ପ୍ରତ୍ୟେକ ଟିମରେ ପଶୁ ଚିକିତ୍ସକ ପଦାଧିକାରୀ ଏବଂ କର୍ମୀଙ୍କୁ ନିୟୋଜିତ କରିଛନ୍ତି । ଆଞ୍ଚଳିକ କୁକୁଡ଼ା ଫାର୍ମ, ହୋଟୱାର ସହ ସମନ୍ୱୟ ରକ୍ଷା କରି ରାପିଡ୍ ରେସ୍ପନ୍ସ ଟିମ୍ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କହିରଖୁଛୁ ଏହି ଆକ୍ସନ ପ୍ଲାନ୍ ଅନ୍ତର୍ଗତ ରାପିଡ୍ ରେସ୍ପନ୍ସ ଟିମ୍ ପକ୍ଷରୁ ହୋଟାୱରରେ ଅନ୍ୟ ଫାର୍ମର କୁକୁଡ଼ାଙ୍କୁ ମାରିବା ପରେ ବୈଜ୍ଞାନିକ ପଦ୍ଧତିରେ ବିସର୍ଜନ ଏବଂ ସଂକ୍ରମିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଡିସଇନଫେକ୍ସନ୍ କରାଯିବା ଉପରେ ଫୋକସ କରାଯିବ । ଏପିସେଣ୍ଟରର ୧ କିମି ପରିସର ମଧ୍ୟରେ କୁକୁଡ଼ା ଫାର୍ମ ସମ୍ବନ୍ଧୀୟ ସର୍ବେକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ଏହା ସହ ଏପିସେଣ୍ଟରର ୧୦ କିମି ପରିସରକୁ ସର୍ଭିଲାନ୍ସ ଜୋନ୍ ଭାବରେ ଚିହ୍ନଟ କରାଯାଇ ଏଭିଆନ୍ ଇନଫ୍ଲୁଏନ୍‌ଜା H5N1 ବ୍ୟପିବା ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.