fbpx

ପରଲୋକରେ ବଲିଉଡର ଭେଟେରାନ୍ ଅଭିନେତା ଋଷି କପୁର : ମୁମ୍ବାଇର ଘରୋଇ ଡାକ୍ତରଖାନାରେ ୬୭ ବର୍ଷ ବୟସରେ ଦେହାନ୍ତ

୬୭ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଆକ୍ଟର ଋଷି କପୁର । କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି । ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି । ଠିକ୍ ସେମିତି ଜଣେ ପ୍ରତିଭା ଥିଲେ ବଲିଉଡ୍ ଅଭିନେତା ଋଷି କପୁର ।ଋଷି କପୁରଙ୍କ ବଡ଼ ଭାଇ ରଣଧୀର କପୁର କହିଛନ୍ତି, ଋଷିଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ।
ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆମେରିକାରେ କର୍କଟ ରୋଗ ଚିକିତ୍ସା କରାଇବା ପରେ ଗତବର୍ଷ ସେପଟେମ୍ବରରେ ଭାରତ ଫେରିଥିଲେ । ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୬୭ ବର୍ଷୀୟ ଋଷି କପୁର କର୍କଟ ରୋଗରେ ପୀଡିତ ଥିବା ସହ ଶ୍ୱାସକ୍ରିୟା ଜନିତ ଅସୁବିଧାର ଭୋଗୁଥିଲେ । ୨୦୧୮ରେ ଋଷି କପୁରଙ୍କୁ କର୍କଟ ରୋଗ ହୋଇଥିଲା । ଏହା ପରେ ତାଙ୍କୁ ନ୍ୟୁୟର୍କ ୮ ମାସ ଚିକିତ୍ସା କରାଯାଇଥିଲ।।

Get real time updates directly on you device, subscribe now.