fbpx

ରିଜୱାନ ଓ ଆଜମଙ୍କ ଅର୍ଦ୍ଧଶତକ: ପାକିସ୍ତାନ ସେମିରେ

Advertisement

ନୂଆଦିଲ୍ଳୀ: ନାମିବ୍ୟା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ମୁକାବିଲାକୁ ୪୫ ରନରେ ଜିତିବା ସହିତ ସେମି ଫାଇନାଲ ପ୍ରବେଶ କରିଛି ପାକିସ୍ତାନ । ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ଅର୍ଦ୍ଧଶତକ ସହାୟତାରେ କ୍ରମାଗତ ଚତୁର୍ଥ ମ୍ୟାଚରେ ବିଜୟୀ ହୋଇଛି ପାକିସ୍ତାନ । ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୨ ୱିକେଟ ହରାଇ ୧୮୯ ରନ ସଂଗ୍ରହ କରିଥିଲା । ରିଜୱାନ ୫୦ ବଲ ଖେଳି ଅପରାଜିତ ୭୯ ରନ କରି ଅପରାଜିତ ରହିଥିଲା । ଏହି ଇନିଂସରେ ୮ଟି ଚୌକା ଓ ୪ ଛକା ସାମିଲ ଥିଲା । ବାବର ଆଜମ ୪୯ ବଲରେ ୭୦ ରନ କରିଥିବା ବେଳେ ମହମ୍ମଦ ହଫିଜ୍ ୩୨ ରନ ସଂଗ୍ରହ କରିଥିଲା । ୱାେଇଜେ ଓ ଫ୍ରାଇଲିଙ୍କ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ କ୍ରେଗ ୱିଲିୟମ୍ସଙ୍କ ୪୦ ଓ ଡେଭିଡ ୱାଇଜେଙ୍କ ଅପରାଜିତ ୪୩ ରନ ସତ୍ତେ୍ୱ ବିଜୟରୁ ୪୫ ରନ ଦୂରରେ ରହିଥିଲା ନାମିବ୍ୟା । ପାକିସ୍ତାନ ପକ୍ଷରୁ ହସନ ଅଲୀ, ଇମାଦ ୱାସିମ, ହରିସ ରୌଫ୍ ଓ ଶଦାବ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.