fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗାଡ଼ି ମାଡ଼ିଯିବାରୁ ୨ ବାଇକ ଆରୋହୀ ମୃତ

କାଲିମେଳା: ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଦୁଇ ଜଣଙ୍କ ଉପରେ ଏଜ ଅଜଣାଗାଡ଼ି ମାଡ଼ିଯାଇଛି । ଗାଡ଼ି ଚାପିଦେବାରୁ ୨ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଏମଭି ୯୬ ପୋଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଦୁଇ ଜଣ ବ୍ୟକ୍ତି ରାସ୍ତାରେ ଯାଉଥିବା ବେଳେ ଏକ ଅଜଣାଗାଡ଼ି ଆସି ସେମାନଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ସଂଗେ ସଂଗେ ଦୁଇ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଦୁଇ ମୃତକଙ୍କ ଘର ପିଣ୍ଡିକୋଣ୍ଡା ଗାଁର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.