fbpx
BSKY
BJD MC SKY
BJD YOUTH SKY

ପ୍ରବଳ ଝଡତୋଫାନ, ଗଛ ଭାଙ୍ଗି ରାସ୍ତା ଅବରୋଧ

ମାଲକାନଗିରି ମୋଟୁ  ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ବର୍ଷା ପବନ ହେବା ଫଳରେ ରାସ୍ତା କଡରେ ଥିବା ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହୋଇଯାଇଛି। ଯାହା ଫଳରେ ଏହି ରାସ୍ତା ଆନ୍ଧ୍ରକୁ ଯୋଗାଯୋଗ କରୁଥିବାରୁ ମାଲକାନଗିରି ରୁ ଅନେକ ରୋଗି ଆନ୍ଧ୍ର କୁ ମେଡିକାଲ କାମରେ ପ୍ରତିଦିନ ଯାଆନ୍ତି। କିନ୍ତୁ ଆଜି ପ୍ରବଳ ବର୍ଷାତୁଫାନ ଯୋଗୁଁ ୧୫ ରୁ ଉର୍ଦ୍ଧ ଗଛ ଭାଙ୍ଗି ଯାଇଥିବା ବେଳେ ବସ ଗାଡି ଡ୍ରାଇଭର୍ ମାନେ ଗଛ କାଟି ରାସ୍ତା ସଫା କରିବାର ଦୃଶ୍ୟ ଦେଖି ବାକୁ ମିଳିଛି l ଏହା ଯୋଗୁଁ ପାଖା ପାଖି ୨ ଘଣ୍ଟା ଗାଡି ମୋଟର ଯାନବାହନ  ଯୋଗା ଯୋଗ ଠପ ହୋଇ ଯାଇଥିଲା l

Get real time updates directly on you device, subscribe now.