fbpx

ରାସ୍ତା ସମସ୍ୟା; କୁମ୍ଭକର୍ଣ୍ଣ ନିଦ୍ରାରେ ବିଞ୍ଝାରପୁର ବ୍ଲକ ପ୍ରଶାସନ, ନାହିଁ ନଥିବା ହଇରାଣ ହେଉଛନ୍ତି ୫ରୁ ଉର୍ଦ୍ଧ୍ୱ ପଞ୍ଚାୟତବାସୀ

Advertisement

ଯାଜପୁର: (ଓଡ଼ିଶା ଭାସ୍କର) ଏ ହେଉଛି ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତ ଠାରୁ ସିଂହପୁର କୁ ସଂଯୋଗ କରୁଥିବା ରାସ୍ତା ଆଉ ରାସ୍ତାର ଦୁର୍ଦ୍ଦଶା ଏମିତି ଯେ ଯାହା ସଧାରଣ ଲୋକଙ୍କ ଚଳ ପ୍ରଚଳ ପାଇଁ ଯୋଗ୍ୟ ନୁହେଁ ଗାଡ଼ି ମଟର ନେଇ ଯାତାୟାତ କଥା ତ ଭାବିମଧ୍ୟ ହେଉନାହିଁ । ଏହି ରାସ୍ତା ଉପରେ ପ୍ରତ୍ୟକ ଦିନ ୫ରୁ ଅଧିକ ପଞ୍ଚାୟତର ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରୁଥିବା ବେଳେ ଏହି ରାସ୍ତା ଏବେ ମରଣ ଯନ୍ତା ପାଲଟିଛି ।

ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ, ବିଂଝାରପୁର ବ୍ଲକ ପ୍ରଶାସନ ଏ ରାସ୍ତା ଉପରେ ଦୁଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ହେଲେ ବିଞ୍ଝାରପୁର ବ୍ଲକ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉ ଥିବାର ଦେଖିବାକୁ ମିଳିଛି । ସରକାର ଗମନା ଗମନର ସୁବିଧା ଜନସାଧାରଣଙ୍କୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ, ପ୍ରଶାସନର ଉଦାସୀନତା ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଏହି ୫ପଞ୍ଚାୟତର ଜନ ସାଧାରଣ।

Get real time updates directly on you device, subscribe now.