(Video) ରାସ୍ତା VS ଭୋଟ; ଯେପର୍ଯ୍ୟନ୍ତ ରାସ୍ତା କାମ ନ ହୋଇଛି, ଭୋଟ ବର୍ଜନ କରିବାକୁ ଚେତାବନୀ

ମୟୁରଭଞ୍ଜ: (ଓଡ଼ିଶା ଭାସ୍କର) ଗାଁରେ ଫଳକ ଲାଗିଛି ହେଲେ ହୋଇ ନାହିଁ ରାସ୍ତା କାମ। ତେବେ ଏହି ସମସ୍ୟା ପାଉଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ, ସୁଫଳ ନମିଳିବାରୁ ଶେଷରେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ବୟସ ୬୦ ଟପିଲାଣି ହେଲେ ରାସ୍ତା ସେମିତି ରହିଥିବା କହିଛନ୍ତି ବୃଦ୍ଧ। ସବୁ କିଛି ପରିବର୍ତ୍ତନ ହେକ୍ଷଇଛି ହେଲେ ଏହି ଗ୍ରାମକୁ ଆଜି ଯାଏଁ ରାସ୍ତାରେ ସୁଧାର ଆସି ପାରି ନାହିଁ। ତେବେ ପ୍ରଶାସନର ଅବହେଳା ପାଇଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ।

ଏହି ସମସ୍ୟା ଆଜି କାଲିର ସମସ୍ୟା ନୁହଁ, ଦୀର୍ଘଦିନର ଏହି ସମସ୍ୟା। ଏଥିପାଇଁ ବାରମ୍ବାର ପ୍ରଶାସନକୁ ଜଣାଇ ଛନ୍ତି ହେଲେ ଆଜି ଯାଏଁ ଏହି ରାସ୍ତାର କିଛି ଉନ୍ନତି କି କୌଣସି ବିକାଶ ହୋଇ ପାରିଲା ନାହିଁ। ଶେଷରେ ଗ୍ରାମବାସୀ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି। ଯାହାକୁ କ୍ୟାମେରାରେ କଏଦ କରିଥିଲେ ଆମ ପ୍ରତିନିଧି। ସ୍ୱାଧୀନତାର ୭୬ ତମ ପରେ ମଧ୍ୟ ଆଜିବି ଏଭଳି ଗାଁ ରହିଛି, ଏହି ଗାଁ ରେ ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମବାସୀ। ରାସ୍ତାତ ଦୂରର କଥା ବିଭିନ୍ନ ମୌଳିକ ବିକାଶ ସେମାନଙ୍କ ପାଇଁ ସାତ ସପନ।

ସରଳ ଆଦିବାସୀ ଭାବି ପ୍ରଶାସନ ଠକି ଦେଉଛି। ପଞ୍ଚାୟତ ଏବଂ ଗ୍ରାମବାସୀ ଗ୍ରାମରେ ଧାରଣାରେ ବସିଥିବା ବେଳେ ସରପଞ୍ଚ ଖବର ପାଇ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଶାନ୍ତ ପଡ଼ିଥିଲେ ଗ୍ରାମବାସୀ। ଯଦି ରାସ୍ତା କାମ ନ ହୁଏ ତେବେ ସମସ୍ତେ ଗ୍ରାମବାସୀ ଭୋଟ ବର୍ଜନ କରିବା ସହିତ, ରାଜରାସ୍ତାକୁ ଓଲ୍‌ହାଇବେ ବୋଲି ସୂଚନା ମିଳିଛି। ତେବେ ଦେଖିବାକୁ ବାକି ରହିଲା ଗ୍ରାମବାସୀଙ୍କ ମୌଳିକ ସୁବିଧା ପୂରଣ କରିବାରେ ପ୍ରଶାସନର ନିଦ କେବେ ଭାଙ୍ଗୁଛି ଆଉ ସମସ୍ୟା ସମାଧାନ କରିବାରେ କେତେ ତତ୍ପର ହେଉଛି।