fbpx

ଖଣ୍ଡା ଦେଖାଇ ୨ ଲକ୍ଷ ଟଙ୍କା ସମେତ ୩ ଭରି ରୁ ଅଧିକ ସୁନା ଅଳଙ୍କାର ଡକାୟତି

ଜଣେ ଡକାୟତ ଗାଁ ବାଲା ଙ୍କ ହାତରେ ଧରା ପଡ଼ିବା ପରେ ନିର୍ଦ୍ଧୁମ ମାଡ଼, ୩ଜଣ ଡକାୟତ ଖସିଗଲେ

ଗୋପ, ୨୬ା୫(ଓଡ଼ିଶା ଭାସ୍କର): ସୋମବାର ବିଳମ୍ବିତ ରାତ୍ରରେ ଗୋପ ଥାନା ଅନ୍ତର୍ଗତ ନୟାହାଟ ଫାଣ୍ତି ଅଧିନ ନରସିଂହପୁର ଶାସନ ଗ୍ରାମର ଯୋଗେନ୍ଦ୍ର ମାଳତି ଙ୍କ ପଛ କବାଟ ଭାଙ୍ଗି ଡକାୟତ ମାନେ ନଗଦ ୨ ଲକ୍ଷ ଟଙ୍କା ସହ ୩ ଭରି ରୁ ଅଧିକ ସୁନା ଅଳଙ୍କାର ଡକାୟତି କରି ନେଇ ଥିବା ଗୋପ ଥାନା ପକ୍ଷରୁ ଜଣାପଡିଛି । ପ୍ରକାଶ ଯେ ସୋମବାର ରାତିରେ ନରସିଂହପୁର ଶାସନ ଗ୍ରାମର ଯୋଗେନ୍ଦ୍ର ମାଳତି ଙ୍କ ପରିବାର ଶୋଇ ଥିବା ବେଳେ ବିଳମ୍ବିତ ରାତ୍ରରେ ୪ ଜଣ ଯୁବକ ମୁହଁ ରେ ମୁଖାପିନ୍ଧି ଯୋଗେନ୍ଦ୍ର ଙ୍କ ପଛ କବାଟ ଭାଙ୍ଗି ଡକାୟତ କରିବା ଲାଗି ପଶିଥିଲେ । ପରିବାର ଲୋକେ ଉଠି ଯିବାରେ ଡକାୟତ ମାନେ ଗୃହକର୍ତା ଙ୍କ ବେକରେ ଖଣ୍ତା ଲଗାଇ ଆଲମାରୀ ଭିତରେ ଥିବା ନଗଦ ୨ ଲକ୍ଷ ଟଙ୍କା ସହ ୩ଭରି ରୁ ଅଧିକ ସୁନା ଅଳଙ୍କାର ଡକାୟତି କରି ପଳାଇ ଯାଇଥିଲେ । ଗୃହ କର୍ତ୍ତା ଓ ତାଙ୍କ ପୁଅ ୨ ଗୋଟି ବାଇକ୍ ରେ ପଳାଇ ଯାଇଥିବା ଡକାୟତ ଙ୍କ ମଧ୍ୟ ରୁ ଜଣ ଙ୍କୁ କଶୈଳ କ୍ରମେ ଧରି ପକାଇ ଥିଲେ । ଏହି ସମୟରେ ୩ ଜଣ ଡକାୟତ ଗୋଟିଏ ବାଇକ୍ ରେ ପଳାଇ ଯାଇଥିବା ବେଳେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନାନପୁର ଗ୍ରାମର ଅଭିମନ୍ୟୁ ନାୟକ ୩୪ ବର୍ଷ ବାଇକ୍ ସହ ଯାଇ ପାରି ନ ଥିଲା । ଏହି ଡକାୟତ କୁ ଗାଁ ଲୋକେ ଧୁମ୍ ମାରିବା ପରେ ଗୋପ ଥାନା କୁ ଖବର ଦେଇଥିଲେ। ଗୋପ ଥାନା ଅଧିକାରୀ ସୁଧିର କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଏହି ଡକାୟତ କୁ ଗିରଫ କରି ଥାନାକୁ ଆଣିଥିଲେ । ପୋଲିସ ଆଉ ୩ ଜଣ ଡକାୟତ କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ କରୁ ଥିବା ବେଳେ ଖୁବ୍ ଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ମଙ୍ଗଳବାର ଅପରାହ୍ନରେ ଡକାୟତ ରେ ଗିରଫ ହୋଇଥିବା ଅଭିଯୁକ୍ତଂ ଅଭିମନ୍ୟୁ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.