ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା! ଦେହକୁ ଛୁଇଁବା ମାତ୍ରେ ଆପଣଙ୍କର ଇମୋସନକୁ ରିଡ୍ କରିବ ରୋବର୍ଟ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରୁ ଖୁଲାସା ହୋଇଛି ଯେ, ଭବିଷ୍ୟତରେ ମଣିଷର ଇମୋସନକୁ ପଢିପାରିବ ରୋବର୍ଟ। ରୋବର୍ଟ ମଣିଷର ଦେହକୁ ଛୁଇଁ ଇମୋସନ ବା ଭାବନାକୁ ଜାଣିପାରିବ। ଏହା ମଣିଷର ଖୁସି ଏବଂ ଭୟ ଭଳି ଭାବାବେଗକୁ ତ୍ୱଚାର ବିଦ୍ୟୁତ ଗୁଣରେ ପରିବର୍ତ୍ତନକୁ ଟ୍ରାକ୍ କରିପାରିବ ରୋବର୍ଟ।

ପାରଂପରିକ ଭାବନା-ଚିହ୍ନଟ ପଦ୍ଧତି, ଯେପରିକି ମୁହଁର ଏକ୍ସପ୍ରେସନ, ଖରାପ ସମୟରେ ନିଜ ସହ ଲଢେଇ, ହେଲେ ତ୍ୱଚା ସଞ୍ଚାଳନ ବାସ୍ତବିକ ସମୟର ଭାବନାକୁ ଡିଟେକ୍ଟ କରିବା ଏଥିରେ ଅନ୍ତର୍ଭୂକ୍ତ। ଏହା ସମ୍ଭାବିତ ଭାବେ ଅଧିକ ସମାଧାନ ପ୍ରଦାନ କରିଥାଏ।

ହାର୍ଟବିଟ୍ ଏବଂ ମସ୍ତିସ୍କ ଗତିବିଧି ଭଳି ଅନ୍ୟ ଶାରୀରିକ ସଂକେତଗୁଡିକ ସହ ତ୍ୱଚାର ସଞ୍ଚାଳନକୁ ଯୋଡି ବୈଜ୍ଞାନିକଙ୍କ ଲକ୍ଷ୍ୟ ଅଧିକ ସଠିକ୍ ଇମୋସନାଲକୁ ପ୍ରକାଶିତ କରିବା। ତେବେ ଏହି ପଦ୍ଧତି ଖୁବଶୀଘ୍ର ଆସିବ ବୋଲି ଅନୁମାନ କରାଯାଉଛି। ଯେଉଁଥିରେ ରୋବର୍ଟ ମଣିଷର କାର୍ଯ୍ୟ କରିବାରେ ମଣିଷକୁ ସାହାଯ୍ୟ କରିବ।