ଓଡ଼ିଶା ଭାସ୍କର: ହାଇ ସ୍ପିଡରେ ଆଗକୁ ବଢୁଛି ଆଜିର ଟେକନୋଲୋଜି । ଅଧିକାଂଶ କାମ ଏବେ ଯନ୍ତ୍ରଚାଳିତ ଏବଂ ରୋବୋଟ ମାଧ୍ୟମରେ କରିବାରେ ସଫଳ ହୋଇଛି ମଣିଷ । ହ୍ୟୁମାନ୍ ରୋବୋଟର ଉଦ୍ଭାବନ ପରେ ମଣିଷ ପାଇଁ ଅନେକ କାମ ସହଜ ହୋଇଯାଇଛି । ହ୍ୟୁମାନ ରୋବୋଟରେ ସଫଳତା ପାଇବା ପରେ ଏବେ ଚୀନ ଉଦ୍ଭାବନ କରିଛି ‘ରୋବୋଟିକ୍ ମାଉସ’ । ଚୀନର ବୈଜ୍ଞାନିକଙ୍କ ଦ୍ୱାରା ଉଦ୍ଭାବନ ହୋଇଥିବା ଏହି ରୋବୋଟିକ ମାଉସ ବିଭିନ୍ନ କାର୍ଯ୍ୟରେ ନିପୁଣତା ହାସଲ କରିଛି । ଏହା ବିଭିନ୍ନ ଉପାୟରେ ମଣିର ଜୀବନ ବଞ୍ଚାଇପାରିବ ବୋଲି କୁହାଯାଇଛି ।
ବର୍ତ୍ତମାନ ବୈଜ୍ଞାନିକମାନେ ଏବେ ରୋବୋଟ ପଶୁପକ୍ଷୀ ତିଆରି କରିବା ଆରମ୍ଭ କରିଦେଇଛନ୍ତି । କିଛି ଦିନ ତଳେ ରୋବୋଟ ମାଛ ଚର୍ଚ୍ଚାକୁ ଆସିଥିଲା । ଏହାପରେ ରୋବୋଟିକ ମାଉସକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜିର ସାଇଣ୍ଟିଷ୍ଟ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ଗୋଟିଏ ମୂଷା ଭଳି ଦେଖା ଯାଉଥିବା ବେଳେ ଏହାକୁ ସ୍କ୍ୟୁରୋ ନାମରେ ନାମିତ କରାଯାଇଛି । ଏହି ରୋବୋଟିକ ମାଉସର ଅନେକ କିଛି ସ୍ପେସାଲିଟି ରହିଛି । ଏହି ମୂଷା ଚାଲିପାରେ, ଦୌଡ଼ିପାରେ ଏବଂ ନିଜ ଓଜନରୁ ଅଧିକ ଓଜର ଜିନିଷକୁ ଉଠାଇବାରେ ମଧ୍ୟ ସକ୍ଷମ ରହିଛି ଏହି ରୋବୋଟିକ ମାଉସ ।
ଏହି ରୋବୋଟିକ ମାଉସ ବିଭିନ୍ନ କ୍ଷେତ୍ରରେ ମଣିଷ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ । ମୂଷା ପରି ଦେଖାଯାଉଥିବା ଏବଂ କାମ କରି ପାରୁଥିବା ଏକ ମେସିନ ବା ରୋବୋଟ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରୁଥିଲେ ବୈଜ୍ଞାନିକ । ଏବେ ତାଙ୍କର ଏହି ଚେଷ୍ଟା ସଫଳ ହୋଇଛି । ଚୀନ ବୈଜ୍ଞାନିକ ପ୍ରସ୍ତୁତ କରିଥିବା ଏହି ରୋବୋଟିକ ମାଉସ ଛୋଟ ଏବଂ ପତଳା ହୋଇଥିବାରୁ ଏହା ଛୋଟ ଜାଗାକୁ ଯାଇପାରେ । ଏହି ନୂଆ ରୋବୋଟ ଖୁବ ଚାଲାକ ଏବଂ ଚତୁର । ଚାଲିବା, ଠିଆ ହେବା ଇତ୍ୟାଦି ସହିତ ପଡ଼ିବା ବେଳେ ନିଜକୁ ସମ୍ଭାଳିବାରେ ଏହା ସକ୍ଷମ ହୋଇପାରିବ । ତେଣୁ ବିଭିନ୍ନ ବିପଦ ସମୟରେ ଏହା ମଣିଷ ପାଇଁ ବେଶ୍ ଉପକାରୀ ହୋଇପାରିବ ବୋଲି ଆଶା କରାଯାଉଛି ।