fbpx

ରୋହିତ-ରାହୁଲଙ୍କ ଦମଦାର ଶତକ

ବିଶାଖାପାଟଣା,୧୮ ।୧୨: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ୟ ଦିନକିଆ ମ୍ୟାଚ୍ ବିଶାଖାପାଟଣା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି । ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଦମଦାର ଶତକ ହାସଲ କରିଛନ୍ତି ରୋହିତ ଶର୍ମା ଓ କେ.ଏଲ୍ ରାହୁଲ । ୧୦୭ ବଲରେ ରୋହିତ ଓ ୧୦୨ ବଲରେ ରାହୁତ ଶତକ ଅର୍ଜନ କରିଛନ୍ତି ।

ରୋହିତଙ୍କ ଇନିଂସରେ ୧୨ ଚୌକା ଓ ୩ ଛକା ସାମିଲ ରହିଛି । ଏହା ତାଙ୍କ କ୍ୟାରିୟରର ୨୮ତମ ଶତକ। ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର (୫୧ ଶତକ) ଓ ବିରାଟ କୋହଲି (୪୩) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି ।

ତେବେ ଟସ୍ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପର୍ତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ । ୩ ଟିକିଆ ସିରିଜରେ ୧-୦ରେ ୱେଷ୍ଟଇଣ୍ଡିଜ ଆଗୁଆ ରହିଛି । ଅନ୍ୟପଟେ ଭାରତ ଶିବମ ଦୁବେଙ୍କ ସ୍ଥାନରେ ଶର୍ଦ୍ଦୁଲ ଠାକୁରଙ୍କୁ ମ୍ୟାଚରେ ସାମିଲ କରାଯାଇଛି ।

Get real time updates directly on you device, subscribe now.