fbpx

Video: ପରାଜୟ ପରେ ରୋହିତଙ୍କ ଆଖିରେ ଲୁହ, କୋହଲି ମଧ୍ୟ ନିରାଶ

ଏଡିଲଏଡ: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ଅଭିଯାନ ଶେଷ ହୋଇଛି । ସେମିଫାଇନାଲରେ ଇଂଲଣ୍ଡଠାରୁ ଶୋଚନୀୟ ପରାଜୟ ପରେ ଭାରତର ବିଶ୍ୱକପ ସ୍ୱପ୍ନ ଚୂରମାର ହୋଇଯାଇଛି। ଇଂଲଣ୍ଡଠାରୁ ୧୦ ଉଇକେଟ୍‌ରେ ହାରିବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଭାବବିହ୍ଵଳ ହୋଇଯାଇଥିଲେ । ଡଗ ଆଉଟରେ ବସି ରୋହିତ ଆଖି ମଳି କାନ୍ଦୁଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି ।

ମ୍ୟାଚ୍ ଶେଷ ହେବା ପରେ ଡଗ୍ ଆଉଟ୍‌ରେ ପହଞ୍ଚିଥିଲେ ଭାରତୀୟ ଟିମ୍ । ଏହି ସମୟରେ ରୋହିତ ରାହୁଲ ଦ୍ରାବିଡଙ୍କ ସହିତ ଲମ୍ବା ସମୟ ଧରି ଆଲୋଚନା କରୁଥିଲେ । ଦୁହେଁ କିଛି ସମୟ ଆଲୋଚନା କରିଥିଲେ, ଆଉ ଏହାପରେ ରୋହିତ ଶର୍ମା ଭାବୁକ ହୋଇଯାଇଥିଲେ । ଏହାପରେ କୋଚ୍ ରାହୁଲ ଦ୍ରାବିଡ଼ ତାଙ୍କୁ ଆଶ୍ୱସନା ଦେଉଥିବା ନଜର ଆସିଥିଲେ ।

Get real time updates directly on you device, subscribe now.