fbpx

ASO ରେଜଲ୍ଟ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ: OPSC ଦେଲା ଏପରି ଜବାବ

କଟକ: ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ କରାଯାଇଥିବା ASO ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଆଜି ଦୀର୍ଘ ସମୟ ଧରି ଧାରଣା ଦେଇଛନ୍ତି । ରେଜଲ୍ଟରେ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ଭିତ୍ତିହୀ ଓ ମିଥ୍ୟା ବୋଲି କହିଛି ଓପିଏସସି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରେସନୋଟ ଜରିଆରେ ଓପିଏସସି ଏପରି ପ୍ରତିକ୍ରିୟା ଦେଇଛି ।

OPSC ଅଧିକାରୀଙ୍କ କହିବା ମୁତାବକ, ‘ଓପିଏସସି ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ କଟଅଫ୍ ପ୍ରକାଶ ହେବ । ଉତ୍ତର, କଟଅଫ୍ ମାର୍କ, ବ୍ୟକ୍ତିଗତ ମାର୍କ ଚୂଡାନ୍ତ ରେଜଲ୍ଟ ପରେ ଆସିବ । କିଛି ପିଲା ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା । ଅନୁପସ୍ଥିତ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ।’

ତେବେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିଛନ୍ତି । ସେହିପରି ମାର୍କସିଟ ଓ କଟଅଫ୍ ମାର୍କ ଆସିବାରେ ବହୁତ ବିଳମ୍ବ ହୋଇଛି । ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ପରୀକ୍ଷାର୍ଥୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ଆଜି ପୂର୍ବାହ୍ନରେ ଶତାଧିକ ପରୀକ୍ଷାର୍ଥୀ କଟକସ୍ଥିତ OPSCର କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ । ପରୀକ୍ଷାର୍ଥୀମାନେ ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ଆଣିଥିଲେ । ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ପରୀକ୍ଷାର୍ଥୀଙ୍କର ଧାରଣା ଦେଇଥିବାରୁ ଘଟଣାସ୍ଥଳକୁ ପୋଲିସ କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ ।

Get real time updates directly on you device, subscribe now.