fbpx
BJD SKY
BJD SKY

୫୫୦ରେ ପହଞ୍ଚିଲା ରୋହିତଙ୍କ ଛକା ସଂଖ୍ୟା: ଆଉ ୩ଟି ମାରିଲେ ସ୍ଥାପନ କରିବେ ଐତିହାସିକ ରେକର୍ଡ

BJD

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନିଦିନିଆ ସିରିଜରେ ଭାରତ ୨-୧ରେ ସିରିଜ ହାତେଇଥିଲେ ହେଁ ଅନ୍ତିମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେବେ ୩ୟ ଦିନିକିଆରେ ପରାଜିତ ହୋଇଥିଲେ ହେଁ ଭାରତ ୫ଟି ବଡ଼ ରେକର୍ଡ କରିବାକୁ ସକ୍ଷମ ହୋଇଛି । ଅଧିନାୟକ ରୋହିତ ଶର୍ମା ଓ କିଙ୍ଗ କୋହଲି କିଛି ନୂଆ କିର୍ତ୍ତିମାନ ସ୍ଥାପନ କରିଛନ୍ତି ।

ଉକ୍ତ ମ୍ୟାଚରେ ରୋହିତ ୫୭ଟି ବଲରୁ ୮୧ ରନର ଇନିଂସ ଖେଳିଥିଲେ । ସେ ୬ଟି ଛକା ଓ ୫ଟି ଚୌକାର ମାରି ନୂଆ ରେକର୍ଡ ସ୍ଥାପନ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ୫୫୦ଟି ଛକା ମାରିଥିବା ବେଳେ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ ୫୫୩ଟି ଛକା ମାରିଛନ୍ତି । ତେଣୁ ଆଉ ୩ଟି ଛକା ମାରିଲେ ରୋହିତ ଐତିହାସିକ ରେକର୍ଡ ସ୍ଥାପନ କରିବେ ।

ସେହିପରି କୋହଲି ମଧ୍ୟ କିଛି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଦିନିକିଆରେ ସର୍ବାଧିକ ଥର ୫୦ ବା ତା’ଠାରୁ ଅଧିକ ସ୍କୋର କରି କୋହଲି ରେକର୍ଡ କରିଛନ୍ତି । କୋହଲି ୧୧୩ ଥର ଏହି ସଫଳତା ପାଇଥିବା ବେଳେ କୁମାର ସାଙ୍ଗାକାରା ୧୧୮ ଥର ଓ ସଚିନ ତେନ୍ଦୁକର ୧୪୫ ଥର ପାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଯଶପ୍ରୀତ ବୁମ୍ରା ୮୧ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ, ଯାହାକି ତାଙ୍କର ଦିନିକିଆରେ ସବୁଠାରୁ ମହଙ୍ଗା ସ୍ପେଲ ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ସର୍ବାଧିକ ୩୦୭୭ ରନ୍ ସଂଗ୍ରହ କରିଥିବା ବେଳେ ରୋହିତ ୨୩୩୨ ଓ ବିରାଟ କୋହଲି ୨୨୨୮ ରନ୍ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.