fbpx

CBDT ଜାରି କଲା ନୋଟିଫିକେସନ: ଗୁଗଲ, ଫେସବୁକ ଓ ଏକ୍ସ’କୁ ଦେବାକୁ ପଡ଼ିବ ୧୮ ପ୍ରତିଶତ GST!

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏହି ନୋଟିଫିକେସନ ମୁତାବକ, ଏଡଟେକ କମ୍ପାନୀମାନଙ୍କୁ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ଏକ ବଡ଼ ଝଟକା ଲାଗିପାରେ । ଅନଲାଇନରୁ ଇନକମ୍ କରୁଥିଲେ ସେ କ୍ଷେତ୍ରରେ ୧୮ ପ୍ରତିଶତ ଜିଏସଟି ଲାଗିପାରେ ।

ନିକଟରେ କେନ୍ଦ୍ର ସରକାର ଅନଲାଇନ ଗେମିଂ ଉପରେ ଜିଏସଟି ଲାଗୁ କରିଥିଲେ । ଅନଲାଇନ୍ ଗେମିଂ ପରେ ଅନଲାଇନ୍ ବିଜ୍ଞାପନ, କ୍ଲାଉଡ ସର୍ଭିସେସ, ମ୍ୟୁଜିକ, ଅନଲାଇନ ଏଜୁକେସନ ବା ଏଡଟେକ କମ୍ପାନୀଙ୍କ ଉପରେ ମଧ୍ୟ ଜିଏସଟି ଲାଗୁ ହୋଇପାରେ । ବିଦେଶ ଡିଜିଟାଲ ସେବା ପ୍ରଦାତ୍ତା କମ୍ପାନୀଙ୍କ ଠାରୁ ବ୍ୟକ୍ତିଗତ ବ୍ୟବହାର ପାଇଁ ଅନଲାଇନ ସେବାକୁ ଆମଦାନୀ କରୁଥିଲେ ତାହା ଏଣିକି ଜିଏସଟି ଅଧିନକୁ ଆସିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମିଡ଼ିଆ ରିପୋର୍ଟ ମୁତାବକ, ଜିଏସଟି ଅଧିନକୁ ସଫ୍ଟୱେର ବିକ୍ରି କରୁଥିବା କମ୍ପାନୀ, କଣ୍ଟେଣ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ ଯେପରିକି, ନେଟଫ୍ଲିକ୍ସ ଓ ଆମାଜନ, ସୋସିଆଲ ମିଡ଼ିଆ କମ୍ପାନୀ, ବିଜ୍ଞାପନ ହୋଷ୍ଟ କରୁଥିବା ସର୍ଚ୍ଚ ଇଞ୍ଜିନ କମ୍ପାନୀ ଆସିବେ । ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର ଓ ଫେସବୁକ, ୟୁଟୁବ ବା ଏକ୍ସ’ରୁ ରୋଜଗାର କରୁଛନ୍ତି ଓ ରୋଜଗାର ଆଡୁ ରେଭିନ୍ୟୁ ପାଉଥାନ୍ତି, ତେବେ ତାହା ଓଆଇଡିଏଆର ଅଧିନରେ ଆସିଥାଏ । ତେବେ ଅକ୍ଟୋବର ୧ରୁ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିପାରେ ।

Get real time updates directly on you device, subscribe now.