fbpx

ମାନସିକ ଚାପରୁ ନେଲେ ଚରମ ନିଷ୍ପତି : ନଦୀକୁ ଡେଇଁଲେ ବାପା-ଝିଅ, ମିଳୁନି ପତ୍ତା

Advertisement

ଭଦ୍ରକ : ବାଲିପୋଖରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ନିଜର ଅଢେଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁଲେ, ମାନସିକ ଚାପରୁ ଏଭଳି ନିଷ୍ପତି ନେଲେ ବୋଲି ସୂଚନା ମିଳିଛି । ନଦୀର ପୋଲ ଉପରେ ସ୍କୁଟି ଏବଂ ଚପଲ ଥିବାରୁ ଏପରି ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ସ୍ଥିତ ବୈତରଣୀ ନଦୀକୁ ଡେଇଁଛନ୍ତି ଉଭୟ ବାପା ଓ ଝିଅ । ଯୁବକ ଜଣଙ୍କ ବାଲିପୋଖତୀ ଗାଁର ଚନ୍ଦନ ସାହୁ । ନଦୀର ପୋଲ ଉପରେ ସ୍କୁଟି ଏବଂ ଚପଲ ରଖି ଅଢେଇ ବର୍ଷର ଝିଅକୁ ନେଇ ନଦୀକୁ ଡେଇଁଛନ୍ତି । ଏହି ଘଟଣା ପଚର ସଠିକ କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ଅନ୍ୟପଟେ ଏହି ଘଟଣା ବିଷୟରେ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ମିଶି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ ହୋଇଯାଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଦୁହିଁଙ୍କର କୌଣସି ପତ୍ତା ମିଳି ନାହିଁ ।

Get real time updates directly on you device, subscribe now.