fbpx

ବିଜେଡିର ଜିଲ୍ଲା କମିଟି ଘୋଷଣା: ୧୨ ଉପସଭାପତି, ୨୬ ସାଧାରଣ ସମ୍ପାଦକ, ୩୧ ଜଣ ସମ୍ପାଦକଙ୍କୁ ଦାୟିତ୍ୱ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେନେଇ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଲେଣି । ରାଜନୈତିକ ଦଳମାନେ ନିଜ ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ତେବେ ଶାସକ ବିଜେଡି ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ତା’ର ରଣନୀତି ପ୍ରସ୍ତୁତି କରିସାରିଛି ।

ନିକଟରେ ବିଜେଡି ବିଭିନ୍ନ ଜିଲ୍ଲାର ସଂଗଠନକୁ ପୁନର୍ଗଠନ କରିବା ସହ କିଛି ନୂଆ ନେତାଙ୍କୁ ଦାୟିତ୍ୱ ଦେଇଥିଲା । ଏହା ମଧ୍ୟୟରେ ଦଳ ପୁଣି ଏକ ଜିଲ୍ଲାରେ କିଛି ନେତାଙ୍କୁ ଦାୟିତ୍ୱ ଦେଇଛି । ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିବା ପରେ ଏବେ ଜିଲ୍ଲା କମିଟି ଘୋଷଣା କରାଯାଇଛି । ଏନେଇ ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ।

ଜିଲ୍ଲା କମିଟିରେ ୧୨ ଜଣ ଉପସଭାପତି, ୨୬ ଜଣ ସାଧାରଣ ସମ୍ପାଦକ, ୩୧ ଜଣ ସମ୍ପାଦକ, ୯ଟି ବ୍ଲକର ସଭାପତି, ୩ ଜଣ ନଗର ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ଉପସଭାପତି ଭାବେ ଦେବାଶିଷ ନନ୍ଦ, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ଫଣୀନ୍ଦ୍ର ପଟ୍ଟନାୟକ, ରାଜେଶ ନାଏକ, ଅନାଦି ଚରଣ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ବସନ୍ତ ମିଶ୍ର ଆଦି ବହୁ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.