fbpx
BSKY
BJD MC SKY
BJD YOUTH SKY

WorldCupରେ ବାଦ୍ ପଡ଼ିପାରନ୍ତି ରୋହିତ-ବିରାଟ: ଚୟନ ପାଇଁ ଦେବାକୁ ପଡ଼ିବ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ୍ ପାଇଁ ଟିମ ଇଣ୍ଡିଆ ଖେଳାଳି ଚୟନ ପ୍ରକ୍ରିୟା ଜାରି ରଖିଛି । ତେବେ ଦଳ ଚୟନ କରିବା ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ ଆଗରେ ରକିଛି ଏକ ଚାଲେଞ୍ଜ । ଦଳରେ ସ୍ତାନ ପାଇବା ପାଇଁ ସମସ୍ତ କେଳାଳିଙ୍କୁ ଏହି ଟେଷ୍ଟ ଦେବାକୁ ପଡ଼ିବ । ଏହି ଟେଷ୍ଟରେ ପାସ୍ କରିବା ପରେ ହିଁ ଦଳରେ ଚୟନ କରିବା ନେଇ ଚିନ୍ତା କରାଯିବ ବୋଲି କହିଛି ବିସିସିଆଇ । ତେବେ ଏହି ତାଲିକାରେ ଅଧିନାୟକ ରୋହିତ ଏବଂ ବିରାଟ କୋହଲି ମଧ୍ୟ ସାମିଲ ରହିଛନ୍ତି । ସେମାନେ ମଧ୍ୟ ଏହି ଟେଷ୍ଟ ଜରିଆରେ ହିଁ ବିଶ୍ବକପ ଦଳରେ ସ୍ଥାନ ପାଇବେ ।

ଚଳିତବର୍ଷ ଦିନିକିଆ ବିଶ୍ୱକପ ଭାରତରେ ଆୟୋଜନ କରାଯାଉଛି । ତେଣୁ ଟିମ ଇଣ୍ଡିଆ ଟ୍ରଫି ହାତେଇବାର ଏହି ସୁଯୋଗ ଛାଡ଼ିବା ପାଇଁ ଚାହୁଁନି । ତେଣୁ ବିଶ୍ୱକପ ଦୌଡ଼ରେ ସାମିଲ ଥିବା ୧୮ ସଦସ୍ୟ ଖେଳାଳିଙ୍କୁ ବ୍ୟାପକ ଫିଟନେସ ଏବଂ ମେଡିକାଲ ପରୀକ୍ଷା ଦେଇ ଯିବାକୁ ପଡ଼ିବ । ତେବେ ଏହି ଟେଷ୍ଟରେ ଅଧିକାଂଶ ପରୀକ୍ଷା ନିୟମିତ ପ୍ରକ୍ରିୟା ହୋଇଥାଏ । ଅନେକ ସମୟରେ ନେସନାଲ କ୍ରିକେଟ ଏକାଡେମୀ କିମ୍ବା ବିସିସିଆଇ ଏଭଳି ଆୟୋଜନ କରିଥାଏ । କିନ୍ତୁ ଆସନ୍ତା ବିଶ୍ୱକପ ପୂର୍ବରୁ ଏହି ଟେଷ୍ଟ ଖୁବ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ଆୟରଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜର ଖେଳାଳି(ଜଶପ୍ରୀତ ବୁମରାହ, ପ୍ରସିଦ୍ଧ କୃଷ୍ଣା ଏବଂ ସଞ୍ଜୁ ସାମସନ)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନଙ୍କର ଫିଟନେସ ଟେଷ୍ଟ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।

ଏହି ଟେଷ୍ଟରେ ଲିପିଡ ପ୍ରୋଫାଇଲ, ରକ୍ତ ଶର୍କରା(ଉପବାସ ଏବଂ ପିପି), ୟୁରିକ ଏସିଡ, କ୍ୟାଲସିୟମ, ଭିଯାମିନ୍ ବି୧୨ ଏବଂ ଡି, କ୍ରିଏଟିନିନ, ଟେଷ୍ଟୋଷ୍ଟେରୋନ ଇତ୍ୟାଦି ସାମିଲ ରହିଛି । ଅନେକ ସମୟରେ ଡେକ୍ସା ଟେଷ୍ଟ ମଧ୍ୟ ହୋଇଥାଏ । ଏହା ହାଡ଼ ଏବଂ ଘନତ୍ୱର ଯାଞ୍ଚ କରିବା ପାଇଁ ଏକ ପ୍ରକାର ସ୍କାନ ହୋଇଥାଏ । ତେବେ ଏହା କୌଣସି ନୂଆ ନୁହେଁ, କୌଣସି ସିରିଜରେ ଖେଳାଳି ବ୍ରେକ ନେଲେ, ସେମାନଙ୍କର ଏହି ଟେଷ୍ଟ କରାଯାଇଥାଏ ।

Get real time updates directly on you device, subscribe now.