fbpx

(Video) ଋତୁରାଜଙ୍କ ଶଟରେ ଖୋଲିଗଲା ରୋହିତଙ୍କ ପ୍ୟାଣ୍ଟ: ଭରା ଷ୍ଟାଡିୟମରେ ହୋଇଗଲେ ଲୋକହସା

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ହାଇ ଭୋଲଟେଜ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ସିଏସକେ । ରୋହିତ ଶର୍ମାଙ୍କ ଦମଦାର ଶତକ ପରେ ମଧ୍ୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଶତକ ପୂର୍ବରୁ ରୋହିତ ଏକ ଅଜବ ଘଟଣାର ଶିକାର ହୋଇଛନ୍ତି । ଯାହା ପାଇଁ ଭରା ଷ୍ଟାଡିୟମରେ ତାଙ୍କୁ ଲୋଗହସାହେବାକୁ ପଡ଼ିଛି । ଲାଇଭ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ରୋହିତଙ୍କ ପ୍ୟାଣ୍ଟ ଖସିଯାଇଛି । କ୍ୟାମେରାରେ ଏହି ଘଟଣା ରେକର୍ଡ ହେବା ପରେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଚେନ୍ନାଇ ସୁପର କିଙ୍ଗସର ଦ୍ୱାଦଶ ଓଭରରେ ଆକାଶ ମଧୱାଲ ବୋଲିଂ କରିଥିଲେ । ଚେନ୍ନାଇ ସୁପର କିଙ୍ଗସ ତରଫରୁ ଷ୍ଟ୍ରାଇକରେ ଥିଲେ ଅଧିନାୟକ ଋତୁରାଜ ଗାଏକ୍ୱାଡ । ତେବେ ଓଭରର ଚତୁର୍ଥ ବଲରେ ଋତୁରାଜ ଏକ ବଡ଼ ଶଟ୍ ଖେଳିଥିବା ବେଳେ ଏହାକୁ କ୍ୟାଚ କରିବା ପାଇଁ ରୋହିତ ଭରପୁର ଚେଷ୍ଟା କରିଥିଲେ । ଋତୁରାଜଙ୍କ ଏହି କ୍ୟାଚ ଧରିବା ପାଇଁ ଚେଷ୍ଟା କରି ରୋହିତ ଡାଇଭ ମାରିଥିଲେ, କିନ୍ତୁ ନିଜ ଉପରେ ନିୟନ୍ତ୍ରଣ କରି ନ ପାରିବାରୁ ଏହି କ୍ୟାଚ ଧରି ପାରି ନଥିଲେ ରୋହିତ । କ୍ୟାଚ ଖସିଯିବା ସାଙ୍ଗକୁ ରୋହିତଙ୍କ ପ୍ୟାଣ୍ଟ ମଧ୍ୟ ଖସି ଯାଇଥିଲା । ଯାହାକୁ ନେଇ ରୋହିତ ଅସହଜ ପରିସ୍ଥିତିରେ ପଡ଼ି ଯାଇଥିଲେ ।

୩୯ ରନରେ ବ୍ୟାଟିଂ କରୁଥିବା ଋ୍‌ୁରାଜଙ୍କ ଏହି କ୍ୟାଚ୍ ଛାଡ଼ିବା ପରେ ସେ ୪୦ ବଲରୁ ୬୯ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି । ଏହାବ୍ୟତୀତ ଶିବମ ଦୁବେ ମଧ୍ୟ ୩୬ ବଲରୁ ୬୬ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ତେବେ ଇନିଂସ ଶେଷରେ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ବିଧ୍ୱଂସକ ପାଳି ସମସ୍ତଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇଛି । ଶେଷ ଓଭରରେ ୩ଟି ବଲରୁ ୩ଟି ଛକା ମାରି ୨ଟି ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ମାହି । ଏହାପରେ ଦ୍ୱିତୀୟ ଇନିଂସରେ ମଧ୍ୟ ରୋହିତ ଶର୍ମା ୬୧ ବଲରୁ ଶତକ ହାସଲ କରି ମ୍ୟାଚର ରୋମାଞ୍ଚ ବଢାଇ ଦେଇଥିଲେ । ତେବେ ମୁମ୍ବାଇକୁ ୨୦ ରନରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ ।

Get real time updates directly on you device, subscribe now.