fbpx
BJD SKY
BJD SKY

କେମିତି ଖାଇବେ ଦହି ? ଦହିରେ କ’ଣ ମିଶାଇ ସେବନ କରିଲେ ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

BJD

ଓଡ଼ିଶା ଭାସ୍କର: ସାଧାରଣତଃ ଗ୍ରୀଷ୍ମ ଋତୁରେ ଆମେ ଅଧିକ କ୍ଲାନ୍ତ ଅନୁଭବ କରିଥାଉ । ଅତ୍ୟାଧିକ ଖରା ଯୋଗୁଁ ଡିହାଇଡ୍ରେସନ୍ ସମସ୍ୟା ଦେଖାଦେଇଥାଏ । ତେଣୁ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଖାଦ୍ୟ ପେୟରେ କିଛିଟା ପରିବର୍ତ୍ତନ କରିଥାଉ । ଏଥିପାଇଁ ଆମେ ବିଭିନ୍ନ ପ୍ରକାର ଫଳ, ଫଳ ରସ, ଲେମ୍ବୁ ଶରବତ, ତରଭୂଜ ଇତ୍ୟାଦି ସେବନ କରିଥାଉ । ଏଥିମଧ୍ୟରେ ଦହି ଅନ୍ୟତମ । ଆୟୁର୍ବେଦ ଅନୁଯାୟରୀ ଦହି, ସ୍ୱାଦରେ ଖଟା ଏବଂ ପ୍ରକୃତିରେ ଗରମ ଅଟେ । ତେଣୁ ଏଥିରେ କିଛି ମିଶ୍ରଣ ନ କରି ଖାଇବା ଉଚିତ ନୁହେଁ । ନଚେତ୍ ଏହା ଚର୍ମ ସମସ୍ୟା ସୃଷ୍ଟି କରିପାରେ । ସାଧାରଣତଃ ଆମେ ଦହିରେ ଲୁଣ କିମ୍ବା ଚିନି ମିଶାଇ ସେବନ କରିଥାଉ । କିନ୍ତୁ ଅନେକ ଦ୍ୱାନ୍ଦରେ ଥା’ନ୍ତି ଯେ ଦହିର ସେବନ କିପରି କରିବା ଉଚିତ ? କ’ଣ ମିଶ୍ରଣ କରି ଦହି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକର? ଚିନି ନା ଲୁଣ ? ତେବେ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ?

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବାନୁଯାୟୀ ରାତିରେ ଦହି ସେବନ କରିବା ଠାରୁ ଦୂରେଇ ରହିବା ଉଚିତ । ଏହା ସହ ନିୟମିତ ଦହି ସେବନ କରିବା ଠିକ୍ ନୁହେଁ । ସାଧା ଦହି ସେବନ କରିବା ଅପେକ୍ଷା ମହୁ, ଘିଅ, ଅଁଳା, ଗୁଡ଼ ମିଶାଇ ସେବନ କରିବା ସ୍ୱାସ୍ଥ୍ୟକୁ ବଡ଼ ଫାଇଦା ଦେଇଥାଏ । ଦହିରେ ଲୁଣ ମିଶାଇ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ରହିଥାଏ । ଏହା ଶରୀରରୁ ଟକ୍ସିନ୍ ବାହାର କରିବାରେ ସହାୟକ ହୋଇଥାଏ । ଦହିର ପ୍ରକୃତି ଅମ୍ଳଯୁକ୍ତ ଅଟେ ଏବଂ ଏହା ପେଟରେ ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଏଥିରେ ମାତ୍ରାଧିକ ଲୁଣ ବ୍ୟବହାର କରିବା ଉଚିତ ନୁହେଁ । ନିୟମିତ ଦହିରେ ଲୁଣ ମିଶାଇ ସେବନ କରିବା ଦ୍ୱାରା ଚର୍ମ ସମସ୍ୟା, କେଶ ଝଡ଼ିବା, ଅକାଳରେ କେଶ ଧଳା, ପିମ୍ପଲ ହେବା ଆଦି ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ । ଯେଉଁମାନଙ୍କୁ ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ଏବଂ ହାର୍ଟ ସମସ୍ୟା ରହିଛି ସେମାନଙ୍କୁ ଦହିରେ ଲୁଣ ମିଶାଇ ସେବନ କରିବା ଉଚିତ ନୁହେଁ । ଏହା ବ୍ୟତୀତ ଆୟୁର୍ବେଦ ଅନୁଯାୟୀ ଦହିରେ ଲୁଣ ମିଶାଇ ସେବନ କରିଲେ ଉପକାରୀ ବ୍ୟାକ୍ଟେରିଆ ମରି ଯାଆନ୍ତି ଯାହା ପାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ ।

ଅପରପକ୍ଷରେ ଦହିରେ ଚିନି ମିଶାଇ ଖାଇବା ଅତ୍ୟନ୍ତ ସ୍ୱାସ୍ଥ୍ୟକାରୀ ଅଟେ । କାରଣ ଦହିରେ ଚିନି ମିଶାଇ ସେବନ କରିଲେ ଏହାର ପ୍ରକୃତି ଗରମରୁ ଥଣ୍ଡା ହୋଇଯାଏ । ଖରା ଦିନେ ଦହି ଶରବତ, ଲସି ପିଇବା ଦ୍ୱାରା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଶକ୍ତି ଯୋଗାଇଥାଏ ଏବଂ ଆମେ ଫୁର୍ତ୍ତି ଅନୁଭବ କରିଥାଉ । ଆପଣ ଚାହିଁଲେ ଦହିରେ ଲୁଣ ଏବଂ ଚିନି ଉଭୟ ମିଶାଇ ସେବନ କରିପାରିବେ କିନ୍ତୁ ଏହାର ମାତ୍ରା ଉପରେ ଧ୍ୟାନ ଦେବା ଆବଶ୍ୟକ ।

Get real time updates directly on you device, subscribe now.