fbpx
BSKY SKY
BSKY SKY

ରାଣୀପଦର ଘାଟିରେ ବଡ଼ ଦୁର୍ଘଟଣା: ବସ୍‌-ଟ୍ରକ ଧକ୍କାରେ ୩୦ ଗୁରୁତର, ମେଡିକାଲରେ ଭର୍ତ୍ତି

BSKY

ବୌଦ୍ଧ: ବୌଦ୍ଧ ଜିଲ୍ଲା ରାଣୀପଥର ଘାଟିରେ ଘଟିଯାଇଛି ଏକ ବଡ଼ ଧରଣର ଦୁର୍ଘଟଣା । ଘଟି ଉପରେ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । ବୌଦ୍ଧରୁ ଫୁଲବାଣୀ ଯାଉଥିବା ବେଳେ ଘାଟିରେ ଏକ ଟ୍ରକକୁ ଧକ୍କା ଦେଇଥିଲା ଖମ୍ବେଶ୍ୱରୀ ବସ୍ । ଫଳରେ ବସଟି ଘାଟି ତଳକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ବସରେ ଥିବା ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା ୩ ଜଣ ଯାତ୍ରୀ ଗାଡ଼ି ତଳେ ଫସି ରହିଥିବା ଜାଣିବାକୁ ମିଳିଛି । ସମସ୍ତଙ୍କୁ ଉଦ୍ଧାର କରିବାପାଇଁ ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.