fbpx
BJD SKY
BJD SKY

ସକାଳୁ ତାତୁଛି ଓଡ଼ିଶା: ସାଢେ ୮ଟା ସୁଦ୍ଧା ୩୦ ଡିଗ୍ରୀ ପାର୍ ୮ ସହରର ତାପମାତ୍ରା

BJD

ଭୁବନେଶ୍ୱର: ରାତି ନ ପାହୁଣୁ ଓଡ଼ିଶାବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସକାଳ ସାଢେ ୮ଟା ସୁଦ୍ଧା ଅନେକ ସହରରେ ତାପମାତ୍ରା ୩୦ ଡିଗ୍ରୀ ପାର୍ କରି ସାରିଲାଣି । ରାଜ୍ୟର ୮ଟି ସହରରେ ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ହିଁ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସାଢେ ୮ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୨.୬ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଆଉ ୭ଟି ସହର ମଧ୍ୟ ୩୦ ଡିଗ୍ରୀ ଉପରେ ରହିଛି । ତେବେ ପୁରୀ, ପାରାଦୀପ ଏବଂ କେନ୍ଦୁଝରରେ ୩୨ ଡିଗ୍ରୀ ଉରକ ପହଞ୍ଚିଛି ସର୍ବାଧିକ ତାପମାତ୍ରା । ବାଲେଶ୍ୱରରେ ୩୧.୮, ଚାନ୍ଦବାଲିରେ ୩୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାବ୍ୟତୀତ ଝାରସୁଗୁଡ଼ାରେ ୩୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ହୀରାକୁଦର ତାପମାତ୍ରା ୩୦.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ତେବେ ସମ୍ବଲପୁର ଏବଂ ରାଉରକେଲାରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଜିଠାରୁ ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ୬ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ କରିହେବ । ତେଣୁ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାକୁ ହିଟୱେଭ ନେଇ ୟେଲୋ ୱଶର୍ଣ୍ଣିଂ ଜାରି ହୋଇଛି ।

Get real time updates directly on you device, subscribe now.