fbpx

ରୋଲ୍ସ-ରଏସ୍ ଲଞ୍ଚ କଲା ଦୁନିଆର ସବୁଠାରୁ ଦାମୀ ଓ ବିଳାସପୂର୍ଣ୍ଣ ଗାଡି, ଦାମ୍ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍ ନିର୍ମାତା ରୋଲ୍ସ-ରଏସ୍ ଦୁନିଆର ସବୁଠାରୁ ଦାମୀ କାର୍ ଲଞ୍ଚ କରିଛନ୍ତି । ଏହି କାର୍ ର ଡିଜାଇନ୍ ଗୋଟିଏ ରେସିଙ୍ଗ ବୋଟ୍ ପରି କରାଯାଇଥିବାରୁ ଏହାର ନାମ “ବୋଟ୍ ଟେଲ୍” ରଖାଯାଇଛି । ତେବେ ବୋଟ୍ ଟେଲ୍ ର ଦାମ୍ ଅନ୍ତଃରାଷ୍ଟ୍ରୀୟ ବଜାରରେ ୨୮ ମିଲିୟନ୍ ଡଲାର୍ ଅର୍ଥାତ୍ ୨୦୬ କୋଟି ଟଙ୍କା ରଖାଯାଇଛି । ଏହାର ପୂର୍ବରୁ କୌଣସି ଗାଡିର ଦାମ୍ ଏତେ ଅଧିକ ହୋଇନାହିଁ । ସେହିପରି ଏହି ଗାଡିକୁ ଏବେ ସୁଦ୍ଧା ସବୁଠାରୁ ବିଳାସପୂର୍ଣ୍ଣ ଗାଡି ବୋଲି କୁହାଯାଇଛି । ଖାସ୍ କଥା ହେଉଛି ଏହି ଗାଡିରେ ଦିଆଯାଇଥିବା ଫିଚର୍ସ ପୂର୍ବରୁ କୌଣସି ରୋଲ୍ସ-ରଏସ୍ ଗାଡିରେ ଦିଆଯାଇନାହିଁ । ତେଣୁ ଏହାକୁ ଅଧିକ ଖାସ୍ ବୋଲି ଧରାଯାଇଛି ।

ସେହିପରି ଏହି ବିଳାସପୂର୍ଣ୍ଣ ଗାଡିରେ ଏକ କକଟେଲ୍ ଷ୍ଟୋର୍ ତିଆରି କରାଯାଇଛି । ଯେଉଁଥିରେ ବିଭିନ୍ନ ପ୍ରକାରର ପାନୀୟ ରଖାଯାଇଛି । ଏଥିରେ କନଭର୍ଟେବଲ୍ ଟେବଲ୍ ଏବଂ ଚେୟାର୍ ର ସୁବିଧା ରଖାଯାଇଛି । ଏଥିରେ ଆରାମରେ ବସି ପାର୍ଟିର ବଜା ନିଆଯାଇପାରିବ । ଏହି କାର୍ ରୋମାଣ୍ଟିକ୍ ଆଉଟିଂ ପାଇଁ ଏକଦମ୍ ପରଫେକ୍ଟ ।

କୁହାଯାଉଛି ଯେ, ଏହି କାର୍ କୁ ୟୁରୋପର ଜଣେ ଧନୀ ବ୍ୟବସାୟୀଙ୍କ କହିବାକ ମୁତାବକ ତିଆରି କରାଯାଇଛି । ଉକ୍ତ ବ୍ୟବସାୟୀ ଜଣକ କମ୍ପାନୀକୁ କହିଛନ୍ତି ଯେ, ତାଙ୍କ ପାଇଁ ଏମିତି ଏକ କାର୍ ଦରକାର ଯାହା ଅନ୍ୟ ରୋଲ୍ସ-ରଏସ୍ ଠାରୁ ଅଲଗା ହୋଇଥିବା ଦରକାର । ତାଙ୍କ କହିବା ଆଧାରରେ ଏହାକୁ ତିଆରି କରାଯାଇଛି । ଏହାକୁ ପ୍ରସ୍ତୁତ କରିବାକୁ କମ୍ପାନୀକୁ ୪ ବର୍ଷରୁ ଅଧିକ ସମୟ ଲାଗିଛି ।

rolls-royce-boat-tail_

ମିଡିଆ ରିପୋର୍ଟ ଅନୁସାରେ, ଏହି ନୁତନ ରୋଲ୍ସ-ରଏସ୍ ଗାଡି କିଣିବାକୁ ଥିବା ଗ୍ରାହକଙ୍କ ମନ ପସନ୍ଦ ମୁତାବକ ଗାଡିରେ ପରିବର୍ତ୍ତନ ଅଣାଯାଇପାରିବ । ଆଉ ଯଦି କିଛି ଥିମ୍ ରେ ପରିବର୍ତ୍ତନ ଆଣିବାକୁ ଚାହିଁଲେ ମଧ୍ୟ ସେ କରିପାରିବେ । ଏଥିରେ ଗ୍ରାହକଙ୍କୁ ଡିସକାଉଣ୍ଟ ମିଳିପାରିବ ବୋଲି କମ୍ପାନୀ କହିଛି ।

rolls-royce-boat-tail-xl-hd

ରୋଲ୍ସ-ରଏସ୍ ବୋଟ ଟେଲ୍ ହେଉଛି ଏକ ୪ଟି ସିଟ୍ ଥିବା କାର୍ । ଏହାର ବୁଟ୍ ସ୍ପେସ୍ ରେ ପାନୀୟ ଷ୍ଟୋରେଜ୍ ରଖାଯାଇଛି । ଯାହା ଭିତରେ ସାମ୍ପେନ୍ ଏବଂ ଅନ୍ୟାନ୍ୟ ପାନୀୟ ରଖାଯାଇଛି । ଏହି କାର୍ କନଭର୍ଟେବଲ୍ ଓପେନ୍ ଟପ୍ ରୁଫ୍ ସହିତ ଆସିଥାଏ । ଏହାର ବୁଟ୍ ଡୋର୍ ଗୋଟିଏ ପ୍ରଜାପତି ଡେଣା ପରି ଖୋଲିଥାଏ ।

Get real time updates directly on you device, subscribe now.