fbpx

ସରକାରୀ ଆମ୍ବୁଲାନ୍ସରେ ଚାଲିଥିଲା ଲୁଚାଛପା ପ୍ରେମ! ସାମ୍ନାକୁ ଆସିଲା ଆପତ୍ତିଜନକ ଭିଡିଓ

ଆମ୍ବୁଲାନ୍ସରେ ଚାଲିଛି ରୋମାନ୍ସ! ସେ ବି ଘରୋଇ ନୁହେଁ, ବରଂ ଖୋଦ୍ ସରକାରୀ ଆମ୍ବୁଲାନ୍ସରେ ଚାଲିଥିଲା ଏହି ଚୋରାପୀରତି । ରାମପୁର ଜିଲ୍ଲା ମେଡିକାଲରେ ବ୍ୟବହୃତ ହେଉଥିବା ଏକ ଆମ୍ବୁଲାନ୍ସରୁ ଏକ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ କର୍ମଚାରୀ ଆମ୍ବୁଲାନ୍ସରେ ଜଣେ ମହିଳାଙ୍କ ସହ ନଜର ଆସିଛନ୍ତି ।

ଭିଡିଓ ଭାଇରାଲ ପରେ ପ୍ରଶାସନ କାନକୁ ଖବର ପହଞ୍ଚିଥିଲା । ଏନେଇ ସମ୍ପୃକ୍ତ କମ୍ପାନୀକୁ ଅବଗତ କରାଇବା ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଏହି ମାମଲରେ ମୁଖ୍ୟ ଚିକିତ୍ସା ଅଧିକାରୀ ସୁବୋଧ କୁମାର ଶର୍ମା କହିଛନ୍ତି ଯେ, ‘ଆମ୍ବୁଲାନ୍ସରେ କିଛି ଆପତ୍ତିଜନକ କାର୍ଯ୍ୟ କରୁଥିବା ବେଳେ ଭିଡିଓ ଭାଇରାଲ ହୋଇଛି । ଏଥିପାଇଁ ଆମ୍ବୁଲାନ୍ସ ଚଳାଉଥିବା କମ୍ପାନୀକୁ ଜଣାଇବା ସହ ଅଭିଯୁକ୍ତକୁ ଚାକିରିରୁ ବହିଷ୍କାର କରାଯାଇଛି ।’

Get real time updates directly on you device, subscribe now.