fbpx

ଘରଭଡ଼ା ଦାବି କରପାରିିବେନି ଘର ମାଲିକ: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୯ା୩: ଭଡ଼ାଘରେ ରହୁଥିବା ଶ୍ରମିକଙ୍କୁ ଭଡ଼ା ପାଇଁ ମାଲିକ ଏବେ ଦାବି କରିପାରିବେ ନାହିଁ । ମାସକ ପାଇଁ ଘର ଭଡ଼ା ଦାବି ନକରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକ ଓ ଛାତ୍ରଙ୍କୁ ଘର ଛାଡ଼ିବାକୁ ବାଧ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅସ୍ଥାୟୀ ଶିବିର ଓ ଗରିବଙ୍କୁ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ହୋଇଛି । ନିଜ ରାଜ୍ୟ, ସହରକୁ ଫେରୁଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ବ୍ୟବସ୍ଥା କରିବେ ବୋଲି ମଧ୍ୟ କୁହାଯାଇଛି । ଫେରିବା ପରେ ୧୪ଦିନିଆ କ୍ୱାରେଣ୍ଟାଇନ ଓ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ପରାମର୍ଶ ଦିଆଯାଇଛି । ଏହାସହ ତାଲାବନ୍ଦ ବେଳେ ନିଯୁକ୍ତିିଦାତା କର୍ମଚାରୀଙ୍କ ଦରମା କାଟି ପାରିବେନି ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି । ଠିକ୍ ସମୟରେ କର୍ମଚାରୀଙ୍କୁ ଦରମା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ହୋଇଛି ।

Get real time updates directly on you device, subscribe now.