fbpx

କରୋନା ଚିନ୍ତା, ଜିଲ୍ଲା ଓ ରାଜ୍ୟର ସୀମା ସିଲ୍ କର: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୯ା୩: ଏବେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେନି ଲୋକେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ରାଜ୍ୟସରକାରଙ୍କୁ ଚିଠି ଲେଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ଏହାସହ୨୪ଘଣ୍ଟା ନଜର ରଖାଯାଇଛି ବୋଲି ସୂଚନା ଦିଆଯାଇଛି । କରୋନା ମୁକାବିଲା ପାଇଁ ପିଏମ କେୟାର୍ସ ଫଣ୍ଡକୁ ଦାନ କରନ୍ତୁ ବୋଲି କୁହାଯାଇଛି । ଏହାସହ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟକୁ କୁହାଯାଇଛି । ତାଲା ବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ପ୍ରୟାସ ଜାରି ରହିଛି । ତାଲା ବନ୍ଦ ଦେଶ ପାଇଁ ଅତ୍ୟନ୍ତ ଜରୁରୀ । କରୋନା ପୀଡ଼ିତଙ୍କ ପାଇଁ ବେଡ଼୍ ସଂଖ୍ୟା ବଢ଼ାଇବା ପାଇଁ କୁହାଯାଇଛି । ୪୭ଘରୋଇ ଲ୍ୟାବକୁ କରୋନା ଟେଷ୍ଟ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି ।

Get real time updates directly on you device, subscribe now.