fbpx

ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ଆସିବା ମନା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡ଼ାଉନ ରହିଛି । ଏହି ଲକ୍ ଡାଉନ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଲକ୍ ଡାଉନ ସମୟରେ ଅନ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଆସିପାରିବେନି । ୫ଟି ରାଜ୍ୟରେ ଫସି ରହିଛନ୍ତି ୫ଟି ଜିଲ୍ଲାର ଲକ୍ଷେ ଓଡ଼ିଆ ଶ୍ରମିକ । ୫ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଯାଜପୁର । ଅନ୍ୟ ରାଜ୍ୟର ୧୫ହଜାର ଲୋକ ବି ଓଡ଼ିଶାରେ ଅଛନ୍ତି । ଯିଏ ଯେଉଁଠି ଅଛନ୍ତି ସେଠାକାର ସରକାର ତାଙ୍କ କଥା ବୁଝିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । କଣ୍ଟ୍ରୋଲ ରୁମକୁ ୨୪ଘଣ୍ଟାରେ ୧୮୬୦ ପ୍ରବାସୀଙ୍କ କଲ ଆସିଛି । ଶ୍ରିମକଙ୍କ ମଧ୍ୟରୁ ଅଧିକାଂଶ ୫ଟି ରାଜ୍ୟରେ ଫସି ରହିଛନ୍ତି । ୫ଟି ରାଜ୍ୟ ହେଉଛି କର୍ଣ୍ଣାଟକ, ତାମିଲନାଡ଼ୁ, ଗୁଜୁରାଟ, ମହାରାଷ୍ଟ୍ର ଓ ତେଲେଙ୍ଗାନା ।

Get real time updates directly on you device, subscribe now.